ଋଣ ଆଦାୟ ପାଇଁ ନୋଟିସ ପଠାଇବ ରାଜ୍ୟ ଅର୍ଥ ନିଗମ। ବକେୟା ଥିବା ରାଶି ଶୀଘ୍ର ପଇଠ କରିବା ଲାଗି ଏହା ଗ୍ରାହକମାନଙ୍କୁ କହିବ। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୮୨୬୪ ଋଣ ଗ୍ରହ...
ବକେୟା ଥିବା ରାଶି ଶୀଘ୍ର ପଇଠ କରିବା ଲାଗି ଏହା ଗ୍ରାହକମାନଙ୍କୁ କହିବ। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୮୨୬୪ ଋଣ ଗ୍ରହିତାଙ୍କ ଉପରେ ନିଗମର ୨୫୫ କୋଟି ଟଙ୍କାର ମୂଳ ରାଶି ଏବଂ ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରାଶି ଆଦାୟ କରିବାର ଥିଲା।
ଯେଉଁ ଗ୍ରାହକମାନେ ନିର୍ଧାରିତ ସମୟରେ ଋଣ ପରିଶୋଧ କରିବାରେ ବିଫଳ ହେବେ ସେମାନେ ବନ୍ଧକ ରଖିଥିବା ସମ୍ପତ୍ତିକୁ ଆଇନ ଅନୁଯାୟୀ ଜବତ କରାଯିବ ଏବଂ ତାହା ଜରିଆରେ ଋଣ ଅର୍ଥ ଅସୁଲ କରାଯିବ ବୋଲି ଜଣାପଡ଼ିଛି। ବିଭିନ୍ନ କୋର୍ଟରେ ବିଚାରାଧୀନ ରହିଥିବା ମାମଲାଗୁଡ଼ିକର ଶୀଘ୍ର ଫଇସଲା କରି ଋଣ ଅର୍ଥ ଆଦାୟ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ତଥା ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ନିଗମ କାର୍ଯ୍ୟାବଳୀ ସମୀକ୍ଷା କରାଯାଇଥିଲା। ନିଗମ ସ୍ଥିତିରେ ଉନ୍ନତି ଆଣିବା ଲାଗି ବକେୟା ଋଣ ରାଶି ତୁରନ୍ତ ଆଦାୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।


No comments