କରୋନା ପାଇଁ ପ୍ରଭାବ । ରୁଣ ଆଦାୟ ୨ ମାସ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏସଂକ...
ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏସଂକ୍ରାନ୍ତରେ ଆଗତ ଏକାଧିକ ମାମଲାକୁ ଏକତ୍ର କରି ଶୁଣାଣି କରିବା ଅବସରରେ ଋଣକିସ୍ତି ବା ଇଏମ୍ଆଇ ପୈଠକୁ ଆସନ୍ତା ୨ ମାସ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ଶୁଣାଣିକୁ ସେପ୍ଟେଟର ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖଛନ୍ତି।
ଏଥିସହ ଏହି ମାମଲାର ଶୁଣାଣିକୁ ସେପ୍ଟେଟର ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖଛନ୍ତି। ଏଥିସହ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଏସଂକ୍ରାନ୍ତରେ ସେପ୍ଟେମ୍ବର ୨୮ ମଧ୍ୟରେ ଏକ ଠୋସ୍ ନିଷ୍ପତ୍ତି ନେବାକୁ କହିଛନ୍ତି। ଏହି ସମୟରେ, ବ୍ୟାଙ୍କଗୁଡିକ ଦୁଇମାସ ପର୍ଯ୍ୟନ୍ତ ଇଏମ୍ଆଇ କିସ୍ତି ଭରଣା କରୁ ନଥିବା ଋଣଗ୍ରହୀତାମାନଙ୍କୁ ଋଣ ଖିଲାପୀ ଭାବରେ ଏବଂ ସେମାନଙ୍କର ଋଣ ଆକାଉଣ୍ଟକୁ ଏନ୍ପିଏ ଭାବେ ଘୋଷଣା ନକରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ହାଉସିଂ ଫାଇନାନ୍ସ କମ୍ପାନି ଏବଂ ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନ ଗୁଡ଼ିକୁ ମାର୍ଚ୍ଚ ୧, ୨୦୨୦ ପର୍ଯ୍ୟନ୍ତ ବକେୟା ଥିବା ସମସ୍ତ ଋଣକିସ୍ତି ଆଦାୟ ଉପରେ ୩ ମାସର ମୋରାଟରିୟମ୍ ପ୍ରଦାନ କରିଥିଲା। ପରେ ଏହାକୁ ଆହୁରି ୩ମାସ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଜି ଏହାକୁ ଆଉ ୨ ମାସ ସର୍ବୋଚ୍ଚ ଅଦାଲତ।


No comments