Page Nav

HIDE

Grid

GRID_STYLE

Classic Header

Breaking News:

latest

ପୂଜା ପାଇଁ ଗାଇଡ୍‌ଲାଇନ୍ ଜାରି କଲେ ସରକାର: ଏ ଥର ପୂଜା ହେବ କଡାକୁଡି ଭାବରେ।

ପୂଜା ପାଇଁ ଗାଇଡ୍‌ଲାଇନ୍ ଜାରି କଲେ ସରକାର: ଏ ଥର ପୂଜା ହେବ କଡାକୁଡି ଭାବରେ।  ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ବିନା ଭକ୍ତ ଓ ବିନା ଦର୍ଶନରେ ହେବ ପୂଜା। ରାଜ୍ୟରେ ...

ପୂଜା ପାଇଁ ଗାଇଡ୍‌ଲାଇନ୍ ଜାରି କଲେ ସରକାର: ଏ ଥର ପୂଜା ହେବ କଡାକୁଡି ଭାବରେ। 
ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ବିନା ଭକ୍ତ ଓ ବିନା ଦର୍ଶନରେ ହେବ ପୂଜା। ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଥିଲା ବେଳେ  ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଏସ୍ଆର୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।  ଟ୍ଵିନ୍ ସିଟି ଭୁବନେଶ୍ଵର ଏବଂ କଟକ ପାଇଁ କମିଶନରେଟ୍ ପୋଲିସ ଅନୁମତି ଦେବ। କେବଳ ଇନଡୋର୍ ପୂଜାକୁ ଅନୁମତି ମିଳିବ।  ପୂଜାରେ ଅଧିକ ଲୋକଙ୍କୁ ସାମିଲ ହେବା ମନା ।

ପୂଜା ଗାଇଡାଇନ୍ ଅନୁଶାରେ ଏ ବର୍ଷ ପୂଜା ପଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି।ମଣ୍ଡପରେ ୭ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି। ପୂଜାରେ କେବଳ କର୍ତ୍ତା ଓ ବ୍ରାହ୍ମଣଙ୍କୁ ମିଶାଇ ମଣ୍ଡପରେ ୭ଜଣ ରହିବାକୁ ଅନୁମତି ଦିଆଯିବ। ପୂଜା ବେଳେ ମଣ୍ଡପ ଗୁଡିକରେ କୋଭିଡ୍ ଗାଇଡ୍‌ଲାଇନ୍‌ କଡାକଡି ପାଳନ ହେବ। ଭସାଣି ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ଭସାଣ ଉତ୍ସବ ହେବ ନାହିଁ, କୃତ୍ରିମ ପୋଖରୀରେ ମୂର୍ତ୍ତି ବସର୍ଜନ କରାଯିବ। କୋଭିଡ ଗାଇଡଲାଇନ ଉଲ୍ଲଂଘନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

No comments