Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜ୍ୟରେ ସୁସ୍ଥ ହେଲେ ଲକ୍ଷେ। ଗୋଟେ ଦିନ ରେ ୩୪୯୦ ପଜିଟିଭି । ଆଜି ରାଜ୍ୟରେ ୨୭୮୭ କୋଭିଡ୍‌ ରୋଗୀ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୨ହଜାର ୧୮୫ରେ ...

ରାଜ୍ୟରେ ସୁସ୍ଥ ହେଲେ ଲକ୍ଷେ। ଗୋଟେ ଦିନ ରେ ୩୪୯୦ ପଜିଟିଭି ।



ଆଜି ରାଜ୍ୟରେ ୨୭୮୭ କୋଭିଡ୍‌ ରୋଗୀ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୨ହଜାର ୧୮୫ରେ ପହଞ୍ଚିଛି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏବେ ୨୮ହଜାର ୫୭୫ ରହିଛି। ତେବେ ଖୋର୍ଧା ଜିଲ୍ଲାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୧୪୫ ରୋଗୀ ସୁସ୍ଥ ହୋଇଛନ୍ତି।


ଏହାବାଦ୍ କଟକ ୨୩୦, ପୁରୀ ୧୯୨, ମୟୂରଭଞ୍ଜ ୧୫୩, ଗଞ୍ଜାମ ୧୧୫, ବାଲେଶ୍ବର ୭୮, କେନ୍ଦୁଝର ୭୬, ବରଗଡ଼ ୭୫, ଯାଜପୁର ଓ କୋରାପୁଟରୁ ୬୮ ଲେଖାଏଁ, ଜଗତସିଂହପୁର ୬୪, ସମ୍ବଲପୁର ୬୨, ଭଦ୍ରକ ୫୪, ଝାରସୁଗୁଡ଼ା ୪୫, ମାଲକାନଗିରି ୪୧, ସୋନପୁର ୩୬, ଢେଙ୍କାନାଳ ୩୫, ବଲାଙ୍ଗୀର ଓ କନ୍ଧମାଳରୁ ୨୮ ଲେଖାଏଁ, ନୂଆପଡ଼ା ୨୫, ସୁନ୍ଦରଗଡ଼ ୨୩, କଳାହାଣ୍ଡି ଓ ରାୟଗଡ଼ାରୁ ୧୮ ଲେଖାଏଁ, ଗଜପତି ୧୭, କେନ୍ଦ୍ରାପଡ଼ା ୧୫, ନୟାଗଡ଼ ୧୨ ଓ ଅନୁଗୁଳ ୯ ଓ ବୌଦ୍ଧରୁ ୭ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୧ହଜାର ୩୮୨ରେ ପହଞ୍ଚିଛି।

No comments