Page Nav

HIDE

Grid

GRID_STYLE

Classic Header

Breaking News:

latest

ଚୀନ ସହ ସମ୍ପର୍କ ତୁଟାଇଲା ପବ୍‌ଜି। ଭାରତରେ ପବ୍‌ଜି ନିଷିଦ୍ଧ ହେବାର କିଛି ଦିନ ପରେ ପବ୍‌ଜି କର୍ପୋରେସନ ଏହି ନିଷ୍ପତ୍ତି ନେଇଛି। ଭାରତ ଭଳି କେତେକ ନିର୍ଦିଷ୍ଟ ଦେଶର...

ଚୀନ ସହ ସମ୍ପର୍କ ତୁଟାଇଲା ପବ୍‌ଜି।



ଭାରତରେ ପବ୍‌ଜି ନିଷିଦ୍ଧ ହେବାର କିଛି ଦିନ ପରେ ପବ୍‌ଜି କର୍ପୋରେସନ ଏହି ନିଷ୍ପତ୍ତି ନେଇଛି। ଭାରତ ଭଳି କେତେକ ନିର୍ଦିଷ୍ଟ ଦେଶରେ ପବ୍‌ଜିର ପରିଚାଳନା କରିବା ଲାଗି ‌ଟେନ୍‌ସେଣ୍ଟ୍‌ ସହ ପବ୍‌ଜି ବୁଝାମଣା କରିଥିଲା। ପବ୍‌ଜି ପାଇଁ ଭାରତ ଥିଲା ଏକ ବହୁତ ବଡ଼ ବଜାର।

ପିଲାମାନଙ୍କ ମଧ୍ୟରେ ଏହା ବେଶ ଲୋକପ୍ରିୟ ଥିଲା। ସାରା ବିଶ୍ବରେ ଏହି ଗେମ୍ ମୋଟ ଯେତିକି ଥର ଡାଉନ୍‌ଲୋଡ୍ ହୋଇଛି ତାହାର ୨୫% କେବଳ ଭାରତୀୟମାନେ ଡାଉନ୍‌ଲୋଡ୍ କରିଛନ୍ତି। ଭାରତରେ ପବ୍‌ଜି ନିଷିଦ୍ଧ ହେବା ପରେ ଏହାର ମୂଳ କଂପାନି ପବ୍‌ଜି କର୍ପୋ‌ରସନ୍‌କୁ ବଡ଼ ଧରଣର ଝଟ୍‌କା ଲାଗିଛି।

ସେନା ସହ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ଅର୍ଥନୈତିକ ପଦକ୍ଷେପ ସ୍ବରୂପ ପ୍ରଥମ ପର୍ଯ୍ୟାୟରେ ଟିକ୍‌ଟକ୍‌ ସମେତ ଚୀନ୍‌ର ୫୯ଟି ଆପ୍‌କୁ ନିଷିଦ୍ଧ କରିଥିଲା। ଗତ ସପ୍ତାହରେ ଆଉ ୧୧୮ଟି ଆପକୁ ନିଷିଦ୍ଧ କରାଯାଇଥିଲା ଯେଉଁଥିରେ ପବ୍‌ଜିର ନାମ ରହିଛି।

ଯଦିଓ ଏହା ଏକ ଜଟିଳ ପ୍ରକ୍ରିୟା ମାତ୍ର ଚୀନ୍‌ ସଂସ୍ଥା ସହ ସମ୍ପର୍କ ତୁଟାଇ ଏହା ଭାରତକୁ ଏକ ବାର୍ତା ଦେଇଛି। ଦକ୍ଷିଣ କୋରିଆର ସଂସ୍ଥା ଭାବେ ଏହା ସରକାରଙ୍କ ସହ ଆଲୋଚନା କରି‌ବ।

No comments