କୋଭିଡ଼ ମହାମାରୀ ସମୟରେ ଅତିଆବଶ୍ୟକ ସାମଗ୍ରୀ ମହଙ୍ଗା। ଲୋକାଲ୍ ସର୍କଲସ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଦେଶର ପ୍ରାୟ ସବୁ ସ୍ଥାନରେ ଅତ୍ୟାବଶ୍ୟକ ...
ଲୋକାଲ୍ ସର୍କଲସ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଦେଶର ପ୍ରାୟ ସବୁ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି। ସର୍ଭେରେ ଭାଗ ନେଇଥିବା ୭୩ ପ୍ରତିଶତ ପରିବାର କହିଛନ୍ତି ଯେ ପୂର୍ବାପେକ୍ଷା ସମାନ ଟଙ୍କା ଖର୍ଚ୍ଚ କଲେ କମ୍ ସାମଗ୍ରୀ ଘରକୁ ଆସୁଛି। ଅନେକ ରାଜ୍ୟରେ ପନିପରିବା ଦାମ୍ରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି।
ଅନେକ ରାଜ୍ୟରେ ପନିପରିବା ଦାମ୍ରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ଦେଶର ୨୧୬ଟି ଜିଲ୍ଲାର ୧୫୦୦୦ରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଟମୋଟୋ, ପିଆଜ ଓ ଆଳୁର ଦାମ୍ କେତେ ରହିଛି ବୋଲି ଲୋକମାନଙ୍କୁ ପ୍ରଶ୍ନ କରାଯାଇଥିଲା। ୪୦ ପ୍ରତିଶତ ଲୋକ ଉତ୍ତର ଦେଇଥିଲେ ଯେ ଏକ କେଜି ଟମାଟୋ କିଣିବା ଲାଗି ସେମାନଙ୍କୁ ୭୦ ଟଙ୍କା, ଆଳୁ ପାଇଁ ୩୫ ଟଙ୍କା ଓ ପିଆଜ ପାଇଁ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।
ବିଗତ ୬ ମାସ ଭିତରେ ପରିବାର ଖର୍ଚ୍ଚରେ କିଭଳି ପରିବର୍ତ୍ତନ ହୋଇଛି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ୪୪ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କମ୍ ଜିନିଷ ପାଉଛନ୍ତି। ୧୦ ପ୍ରତିଶତ ଲୋକ କହିଛନ୍ତି ଯେ ସମାନ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୂର୍ବାପେକ୍ଷା କମ୍ ସାମଗ୍ରୀ ମିଳୁଛି। ୧୭ ପ୍ରତିଶତ ଲୋକ କହିଛନ୍ତି ସେମାନେ ସମାନ ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ପୂର୍ବଭଳି ସମାନ ପରିମାଣର ସାମଗ୍ରୀ ପାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହୋଇଥିବା ବୃଦ୍ଧିର ପ୍ରମୁଖ କାରଣ ହେଉଛି ଅତ୍ୟଧିକ ବର୍ଷା, ଶ୍ରମିକ ଅଭାବ ଓ ଡିଜେଲ୍ ମହଙ୍ଗା ହେବାରୁ ପରିବହନ ଖର୍ଚ୍ଚରେ ବୃଦ୍ଧି। ମହାମାରୀ ସମୟରେ ଅନେକ ଲୋକ ଜୀବିକା ହରାଇଥିବାରୁ ସେମାନଙ୍କ ଆୟ କମିଯାଇଛି କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି


No comments