ବିଶ୍ଵ ର ଟୀକା ରାଜଧାନି ହାଇଦ୍ରାବାଦ କାହିଁକି? ବିଶ୍ବ ଚାହିଦାର ୬୦ ପ୍ରତିଶତ ଟିକା ଭାରତ ପୂରଣ କରିଥାଏ। ହାଇଦ୍ରାବାଦ ହେଉଛି ବିଶ୍ବର ପ୍ରମୁଖ ଟିକା ଉତ୍ପାଦନକାରୀ ସହର...
ବିଶ୍ବ ଚାହିଦାର ୬୦ ପ୍ରତିଶତ ଟିକା ଭାରତ ପୂରଣ କରିଥାଏ। ହାଇଦ୍ରାବାଦ ହେଉଛି ବିଶ୍ବର ପ୍ରମୁଖ ଟିକା ଉତ୍ପାଦନକାରୀ ସହର। ଟିକା ଉତ୍ପାଦନ ପାଇଁ ଅନ୍ତର୍ଜାତୀୟ କମ୍ପାନିମାନେ ଭାରତର ହାଇଦ୍ରାବାଦକୁ ଅଧିକ ମାତ୍ରାରେ ପସନ୍ଦ କରିଥାନ୍ତି। ହାଇଦ୍ରାବାଦ ବିଶ୍ବର ଏକ ତୃତୀୟାଂଶ ଟିକା ଉତ୍ପାଦନ କରିଥାଏ। ଏଣୁ ହାଇଦ୍ରାବାଦକୁ ବିଶ୍ବର ‘ଟିକା ରାଜଧାନୀ’ ବୋଲି କୁହାଯାଉଛି।
କୋଭାକ୍ସିନଠାରୁ ଆରମ୍ଭ କରି ରୁଷିଆର ସ୍ପୁଟନିକ୍-ଭି, ଜନ୍ସନ୍ ଆଣ୍ଡ ଜନ୍ସନ କମ୍ପାନିର ଏଡି୨୬.କୋଭ୍୨.ଏସ୍, ଫ୍ଲୁଜେନ୍ କମ୍ପାନିର କୋରୋଫ୍ଲୁ ଟିକା ପର୍ଯ୍ୟନ୍ତ ସମସ୍ତ ଟିକାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ହାଇଦ୍ରାବାଦ ସହ ରହିଛି। ହାଇଦ୍ରାବାଦକୁ ଛାଡ଼ି ବିଶ୍ବର କୌଣସି ଟିକା ଉତ୍ପାଦନ ଓ ଯୋଗାଣ କଥା ଚିନ୍ତା କରାଯାଇ ପାରିବ ନାହିଁ ବୋଲି ଶାନ୍ତା ବାୟୋଟେକ୍ନିକ୍ସର ଅଧ୍ୟକ୍ଷ ଡ. ବରପ୍ରସାଦ ରେଡ୍ଡୀ କହିଛନ୍ତି।
ବର୍ତ୍ତମାନ ବିଶ୍ବରେ ୧୬୯ରୁ ଅଧିକ ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ଅଛି। ୨୬ଟି ଟିକାର ମାନବ ପରୀକ୍ଷଣ କରାଯାଇଛି। ଏସବୁ ଟିକାର ବିକାଶରେ ହାଇଦ୍ରାବାଦର ସମ୍ପୃକ୍ତି ରହିଛି। ଉତ୍ତମ ମାନ ଓ ବିପୁଳ ମାତ୍ରାର ଟିକା ଉତ୍ପାଦନରେ ହାଇଦ୍ରାବାଦର ସ୍ବତନ୍ତ୍ର ପରିଚୟ ରହିଛି।


No comments