Page Nav

HIDE

Grid

GRID_STYLE

Classic Header

Breaking News:

latest

ପୁଣି ଥରେ ରୋହିତ କୁ ହରାଇଲା କୋହଲି। କୋହଲି-ଡି’ଭିଲିୟର୍ସ ଆର୍‌ସିବିକୁ (୧,୧,୦,୪,୧,୪) ରୋମାଞ୍ଚକ ବିଜୟ ଦେଇଥିଲେ। ଯଶପ୍ରୀତ୍ ବୁମରାଙ୍କୁ ଚୌକା ମାରି କୋହଲି ମ୍ୟ...

ପୁଣି ଥରେ ରୋହିତ କୁ ହରାଇଲା କୋହଲି।



କୋହଲି-ଡି’ଭିଲିୟର୍ସ ଆର୍‌ସିବିକୁ (୧,୧,୦,୪,୧,୪) ରୋମାଞ୍ଚକ ବିଜୟ ଦେଇଥିଲେ। ଯଶପ୍ରୀତ୍ ବୁମରାଙ୍କୁ ଚୌକା ମାରି କୋହଲି ମ୍ୟାଚ୍‌ ଶେଷ କରିଥିଲେ। ଡି’ଭିଲିୟର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଦିଲ୍ଲୀ-ପଞ୍ଜାବ ପରେ ମୁମ୍ବାଇ-ବାଙ୍ଗାଲୋର୍ ମ୍ୟାଚ୍‌ ମଧ୍ୟ ସୁପର୍‌ ଓଭରରେ ଫଏସଲା ହୋଇଛି। ସୋମବାର ସୁପର୍‌ ଓଭରରେ ମୁମ୍ବାଇ (୧, ୧, ୦, ୪, ୱିକେଟ, ୧ ବାଇ) ମାତ୍ର ୭ ରନ୍‌ କରିଥିଲା। 

୧୧ ବଲ୍‌ ଖେଳିବା ପରେ ଲେଗ୍ ସ୍ପିନର୍‌ ରାହୁଲ ଚହରଙ୍କୁ ଏକ ହାଲକା ସଟ୍‌ ଖେଳି ଏକ୍ସଟ୍ରା କଭର ଅଞ୍ଚଳରେ ଥିବା ପ୍ରତିପକ୍ଷ ଅଧିନାୟକ ରୋହିତ ଶର୍ମାଙ୍କୁ ସହଜ କ୍ୟାଚ୍‌ ଦେଇ ଫେରିଯାଇଥିଲେ। କୋହଲିଙ୍କ ବିଫଳତା ସତ୍ତ୍ବେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୩ ୱିକେଟ୍ ବିନିମୟରେ ୨୦୧ ରନ୍‌ର ବଡ଼ ସ୍କୋର୍‌ କରି ନେଇଥିଲା। ପ୍ରାରମ୍ଭିକ ଯୋଡ଼ି ଦେବଦତ୍ତ ପଡ଼ିକଲ୍ (୫୪, ୪୦ ବଲ) ଏବଂ ଆରୋନ୍ ଫିଞ୍ଚ୍ (୫୨, ୩୫ ବଲ୍‌) ଦୃଢ଼ ମୂଳଦୁଆ ପକାଇଥିଲେ। ଏବି ଡି’ଭିଲିୟର୍ସ (୫୫*, ୨୪ ବଲ) ଏବଂ ଶିଭମ ଦୁବେ (୨୭*, ୧୦ ବଲ) ଭଲରେ ମୁଣ୍ଡି ମାରିଥିଲେ।

ଶେଷ ଓଭରରୁ ମୁମ୍ବାଇକୁ ୧୯ ରନ୍ ଆବଶ୍ୟକ ଥିଲା। ଈଶାନ (୯୯, ୫୮ ବଲ, ୨ ଚୌକା, ୯ ଛକା) ପଞ୍ଚମ ବଲକୁ ଛକା ମାରି ମ୍ୟାଚ୍‌ ଶେଷ କରିବାକୁ ଯାଇ କ୍ୟାଚ୍‌ ହୋଇଯାଇଥିଲେ। ‌ଶେଷ ବଲକୁ କିରଣ ପୋଲାର୍ଡ (୬୦*, ୨୪ ବଲ, ୩ ଚୌକା, ୫ ଛକା) ଚୌକା ମାରିବାରୁ ମ୍ୟାଚ୍‌ ଟାଇ ହୋଇଯାଇଥିଲା। ଏଥି ସହ ଈଶାନ ଓ ପୋଲାର୍ଡଙ୍କ ଶତକୀୟ (୧୧୯, ୫୧ ବଲ୍‌) ଭାଗୀଦାରି ବେକାର ଯାଇଥିଲା।

No comments