Page Nav

HIDE

Grid

GRID_STYLE

Classic Header

Breaking News:

latest

ଶିଳ୍ପ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ଜୁଲାଇ ରେ ୧୦.୪% ହ୍ରାସ। ଆଜି ସରକାର ଜାରି କରିଥିବା ତଥ୍ୟ ଅନୁସାରେ ଗତ ଜୁଲାଇରେ ଶିଳ୍ପ ଉତ୍ପାଦନ ଗତବର୍ଷର ସେହି ମାସ ତୁଳ...

ଶିଳ୍ପ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛିଜୁଲାଇ ରେ ୧୦.୪% ହ୍ରାସ।



ଆଜି ସରକାର ଜାରି କରିଥିବା ତଥ୍ୟ ଅନୁସାରେ ଗତ ଜୁଲାଇରେ ଶିଳ୍ପ ଉତ୍ପାଦନ ଗତବର୍ଷର ସେହି ମାସ ତୁଳନାରେ ୧୦.୪ ପ୍ରତିଶତ କମ୍ ରହିଛି। ଅର୍ଥନୀତିଜ୍ଞମାନେ ଆକଳନ କରିଥିଲେ ଯେ ଶିଳ୍ପ ଉତ୍ପାଦନ ଏହି ମାସ ପ୍ରାୟ ୧୭ ପ୍ରତିଶତ ହ୍ରାସ ପାଇବ। ମାତ୍ର ବାସ୍ତବ ସ୍ଥିତି ସେହି ଆକଳନ ଠାରୁ ଉନ୍ନତ ରହିଛି।

ଖଣି, ମାନୁଫାକ୍‌ଚରିଂ ଓ ବିଦ୍ୟୁତ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ରହିଥିବା କାରଖାନାଗୁଡ଼ିକର ଉତ୍ପାଦନର ହ୍ରାସ ଓ ବୃଦ୍ଧିକୁ ଜାଣିବା ଲାଗି ସରକାର ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି) ଜାରି କରୁଛନ୍ତି। ଗତ ଜୁଲାଇରେ ମାନୁଫାକ୍‌ଚରିଂ କ୍ଷେତ୍ରରେ ୧୧.୧ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଖଣି ଉତ୍ପାଦନରେ ୧୩ ପ୍ରତିଶତ ଓ ବିଦ୍ୟୁତ ଶକ୍ତି ଉତ୍ପାଦନ ୨.୫ ପ୍ରତିଶତ ହ୍ରାସ ପାଇଛି।

ଯେଉଁ ଆଶା ଦେଖାଇଛନ୍ତି ତାହାକୁ ନେଇ କିଛିଟା ସମ୍ଭାବନା ସୃଷ୍ଟି ହୋଇଛି। ଯଦି କାରଖାନାର ଉତ୍ପାଦନ ପୂର୍ବ ସ୍ଥିତିକୁ ଫେରିନାହିଁ, ମାତ୍ର ସେଥିରେ ଯେଉଁ ଉଚ୍ଚ ହାରର ହ୍ରାସ ଘଟୁଥିଲା ତାହାର ମାତ୍ରା କମ୍ ହୋଇଛି। ଶିଳ୍ପ ଉତ୍ପାଦନରେ ଉନ୍ନତି ଅର୍ଥନୀତିରେ ହେଉଥିବା ସୁଧାରକୁ ଦର୍ଶାଉଥିବା ବେଳେ ସ୍ଥାନୀୟ ଲକ୍‌ଡାଉନ୍ ଓ ସରକାରଙ୍କ ତରଫରୁ ସୀମିତ ଆର୍ଥିକ ସହାୟତା ସୁଧାରର ଗତିକୁ ମନ୍ଥର ରଖିଛି ବୋଲି ବାର୍‌କ୍ଲେ ପକ୍ଷରୁ କୁହାଯାଇଛି।

ଅର୍ଥନୈତିକ କାର୍ଯ୍ୟକଳାପ ଧୀରେ ଧୀରେ ସ୍ବାଭାବିକ ହେଉଥିବାରୁ ଶିଳ୍ପ କାରଖାନାଗୁଡ଼ିକ ସେହି ଅନୁସାରେ ସକ୍ରିୟ ‌େହବାରେ ଲାଗିଛି। କିନ୍ତୁ ଯେଉଁ ହାରରେ ଉତ୍ପାଦନ ବଢ଼ୁଛି, ସବୁ କିଛି ସ୍ବାଭାବିକ ହେବା ପାଇଁ ଆହୁରି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।

No comments