Page Nav

HIDE

Grid

GRID_STYLE

Classic Header

Breaking News:

latest

କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ। ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସରକାର। କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର (ଆରଡିସି) ଅନିଲ କୁମାର ସାମଲ ନିଆଁ ଲାଗିବାର କାରଣ ସଂପର୍କର...

କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ। ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସରକାର।



କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର (ଆରଡିସି) ଅନିଲ କୁମାର ସାମଲ ନିଆଁ ଲାଗିବାର କାରଣ ସଂପର୍କରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ କେଉଁ ଭଳି ପରିସ୍ଥିତିରେ ନିଆଁ ଲାଗିଲା, ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ପ୍ରାଥମିକତା ଭିତ୍ତିରେ ଗୁରୁତର ରୋଗୀଙ୍କୁ ଅଶ୍ୱିନୀ, ସମ ହସ୍ପିଟାଲ, ଏସସିବି ଓ ଭେଣ୍ଟିଲେଟର ବ୍ୟବସ୍ଥା ଥିବା ବିଭିନ୍ନ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ହସ୍ପିଟାଲର ଆଇସିୟୁରୁ ପ୍ରଥମେ ନିଆଁ ଲାଗିଥିଲା ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ। ଡାକ୍ତରଖାନାର ଆଇସିୟୁରେ ଥିବା ଏକ ଏସିରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ରୋଗୀମାନଙ୍କୁ ଆଇସିୟୁରୁ ସ୍ଥାନାନ୍ତରଣ ଆରମ୍ଭ ହୋଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି ଏବଂ ସିଏମସି କମିସନର ପ୍ରମୁଖ ଉପସ୍ଥିତ ଅଛନ୍ତି।

କୋଭିଡ ହସ୍ପିଟାଲରୁ ଉଦ୍ଧାର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅତିରିକ୍ତ ଡିଜିପି ସତ୍ୟଜିତ ମହାନ୍ତି କହିଛନ୍ତି, ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କୌଣସି ଅଭାବନୀୟ ଘଟଣା ଘଟିନାହିଁ।

No comments