ଭାରତୀୟ ସୀମିତ ଓଭର ଦଳର ଉପଅଧିନାୟକ ଥିବା ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ମଙ୍ଗ ଧରିଛନ୍ତି। ପାରମ୍ପରିକ ଭାବେ ମନ୍ଥର ଆରମ୍ଭ କରୁଥିବା ଏହି ଦଳ ପରେ ଶକ୍ତି ଓ ସା...
ପାରମ୍ପରିକ ଭାବେ ମନ୍ଥର ଆରମ୍ଭ କରୁଥିବା ଏହି ଦଳ ପରେ ଶକ୍ତି ଓ ସାମର୍ଥ୍ୟର ପ୍ରମାଣ ଦେଉଥିବାର ଦେଖାଯାଇଛି। ଏଥରର ଉଦ୍ଘାଟନୀ ମୁକାବିଲାରେ ଚେନ୍ନାଇ ବିପକ୍ଷରେ ମୁମ୍ବାଇର ପଲା ଭାରି ରହିବ ବୋଲି ଆକଳନ କରାଯାଉଛି। ବିଶେଷକରି ମୁମ୍ବାଇ ଆଇପିଏଲ୍ରେ ଖୁବ୍ ସନ୍ତୁଳିତ ଦଳ ପାଲଟିଯାଇଛି। ଯଦିଓ ଏଥର ସିଂହଳୀ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ଓହରି ଯାଇଛନ୍ତି, ତଥାପି ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା, ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ, ନାଥନ୍ କୁଲ୍ଟର ନାଇଲ୍ଙ୍କ ସାଙ୍ଗକୁ ଅଲ୍ରାଉଣ୍ଡର ପାଣ୍ଡ୍ୟା ଭ୍ରାତା ହାର୍ଦିକ୍ ଓ କ୍ରୁନାଲଙ୍କୁ ନେଇ ଦଳ ଶକ୍ତିଶାଳୀ ରହିଛି।
ସେ କହିଛନ୍ତି ‘‘ଗତବର୍ଷ ପୂରା ପ୍ରତିଯୋଗିତା ମୁଁ ଓପନର ଭାବେ ଖେଳିଥିଲି। ଏବର୍ଷ ମଧ୍ୟ ସେହି ଭୂମିକାରେ ଅବତୀର୍ଣ୍ଣ ହେବି ବୋଲି ଭାବୁଛି। ହେଲେ ମୁଁ ସବୁ ବିକଳ୍ପ ଖୋଲା ରଖିବି। ଦଳ ଯାହା ଚାହିଁବ, ଖୁସୀର ସହ ତାହା କରିବାକୁ ସବୁବେଳେ ପ୍ରସ୍ତୁତ ରହିବି। ଶୀର୍ଷରେ ଖେଳିବାକୁ ମୁଁ ଉପଯୋଗ କରେ। ବିଗତ କିଛି ବର୍ଷ ହେଲା ମୁଁ ଏହା ହିଁ କରିଆସୁଛି। ସତରେ ମୁଁ ଏହାକୁ ବହୁତ ଉପଯୋଗ କରିଆସୁଛି। ଭାରତୀୟ ଦଳରୁ ଖେଳିଲା ବେଳେ ମଧ୍ୟ ମୋତେ ଦଳୀୟ ଅଧିକାରୀମାନେ କୌଣସି ବିକଳ୍ପ ବନ୍ଦ ନ କରିବାକୁ ପରାମର୍ଶ ଦିଅନ୍ତି। ଏଠାରେ ମଧ୍ୟ ମୁଁ ଠିକ୍ ସେହିକଥା କରିବି’’।


No comments