ପ୍ରଥମ ଥର ଅଭିନେତା ପରେଶ ରାୱଲ ହେଲେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ମୁଖ୍ୟ। ବଲିଉଡ ଦିଗଜ ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲ ହେଲେ ନ୍ୟାସନାଲ ସ୍କୁଲ...
ବଲିଉଡ ଦିଗଜ ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲ ହେଲେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ମୁଖ୍ୟ। ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଗୁରୁବାର ଏହି ସୂଚନା ଦେଇଛନ୍ତି। ପ୍ରଖ୍ୟାତ କଳାକାର ପରେଶ ରାୱଲଙ୍କୁ ମହାମହିମଙ୍କ ଦ୍ୱାରା NSDର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ପ୍ରତିଭାର ଲାଭ ଦେଶର କଳାକାର ଏବଂ ଛାତ୍ରଛାତ୍ରୀମାନଙ୍କୁ ମିଳିବ। ହାର୍ଦ୍ଦିକ ଅଭିନନ୍ଦନ।
ଅଭିନେତା ପରେଶ ରାୱଲଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ NSD ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପରେଶ ରାୱଲ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ ଅନେକ ପୁରସ୍କାର ପାଇଛନ୍ତି। କେବଳ ସେତିକି ନୁେହଁ, ବଲିଉଡ ରେ ବହୁ ମାତ୍ରାରେ ଅଭିନୟ କରି ନାଁ କରିଛନ୍ତି।


No comments