ଲକ୍ଷଣ ଥାଇ ବି କୋଭିଡ଼ ରିପୋର୍ଟ ନେଗେଟିଭି ଅରଟି-ପିସିଆର ପରୀକ୍ଷା କରିବାକୁ ରାଜ୍ୟ ବସି କୁ କହିଲା କେନ୍ଦ୍ର। ଏଭଳି ସ୍ଥିତିକୁ ଆଖି ଆଗରେ ରଖି ଏବେ ସ୍ବାସ୍ଥ୍ୟ ମନ୍ତ୍ର...
ଏଭଳି ସ୍ଥିତିକୁ ଆଖି ଆଗରେ ରଖି ଏବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଆରଟି-ପିସିଆର ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଛି ରାଜ୍ୟରେ ଲକ୍ଷଣ ଥିବା ରୋଗୀଙ୍କ ଆରଏଟି ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କର ଆରଟି-ପିସିଆର ପରୀକ୍ଷା କରାଯାଉ ନାହିଁ, ଯାହାଦ୍ବାରା ଅନେକ ଲୋକଙ୍କର ସଠିକ୍ ସମୟରେ ଚିକିତ୍ସା ହୋଇପାରୁନାହିଁ ଏବଂ ସଂକ୍ରମଣ ମଧ୍ୟ ବଢ଼ୁଛି।
ଏହାକୁ ଆଖି ଆଗରେ ରଖି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମିଳିତ ଭାବରେ ଏକ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ କେଉଁ ଦୁଇ ଶ୍ରେଣୀର ଲୋକଙ୍କର ନିହାତି ଭାବରେ ଆରଟି-ପିସିଆର ପରୀକ୍ଷା କରାଯିବା ଉଚିତ, ତାହା ଉଲ୍ଲେଖ ରହିଛି। ଗାଇଡଲାଇନ ଅନୁଯାୟୀ, ଆରଏଟି ପରୀକ୍ଷାରେ ନେଗେଟିଭ ଆସିଥିବା ସମସ୍ତ ଲକ୍ଷଣଗତ ରୋଗୀ ଏବଂ ଲକ୍ଷଣ ନ ଥିବା ରୋଗୀ, ଯେଉଁମାନଙ୍କ ଶରୀରରେ ରିପୋର୍ଟ ନେଗେଟିଭ।
ଏହି ଦଳଗୁଡିକ ଜିଲ୍ଲା ତଥା ରାଜ୍ୟରେ ପ୍ରତିଦିନ କରାଯାଉଥିବା ଆରଏଟିର ସବିଶେଷ ବିଶ୍ଳେଷଣ କରିବେ ଏବଂ ସମସ୍ତ ଆରଏଟି ପରୀକ୍ଷାରେ ନେଗେଟିଭ ଆସିଥିବା ସମସ୍ତ ଲକ୍ଷଣଗତ ରୋଗୀଙ୍କ ପୁନଃ ପରୀକ୍ଷା କରାଯାଉଛି କି ନାହିଁ ନିଶ୍ଚିତ କରିବେ।


No comments