Page Nav

HIDE

Grid

GRID_STYLE

Classic Header

Breaking News:

latest

ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି। ପ୍ରତି୨ ୱାର୍ଡ ରେ କୋଭିଡ଼଼ କ୍ଲିନିକ ପ୍ରତିଷ୍ଠା କରାଯାଉ । ଦୁଇ ସହରରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରି ସ୍ଥିତିର...

ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି। ପ୍ରତି୨ ୱାର୍ଡ ରେ କୋଭିଡ଼଼ କ୍ଲିନିକ ପ୍ରତିଷ୍ଠା କରାଯାଉ ।



ଦୁଇ ସହରରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରି ସ୍ଥିତିରେ ପ୍ରତି ଦୁଇଟି ୱାର୍ଡ ପାଇଁ ଅତି କମ୍‌ରେ ଗୋଟିଏ କୋଭିଡ କ୍ଲିନିକ୍ ପ୍ରତିଷ୍ଠା କରାଯାଉ ବୋଲି ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି।ଆଇନଜୀବୀ ବିଜୟ ରଗଡ଼ଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ କଟକ ଓ ଭୁବନେଶ୍ବରରେ ସଂକ୍ରମଣ ହାର ଏବେ ବହୁ ଅଧିକ। ଏବେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଥିବା ବେଳେ ଆଗକୁ ଆଉ ଅଧିକ ଗୁରୁତର ରୂପ ଧାରଣ କରିବ। ଏପରି ପରିସ୍ଥିତିରେ ସିଏମସି ଓ ବିଏମସିକୁ ପ୍ରତି ଦୁଇଟି ‌ୱାର୍ଡ଼ ପାଇଁ ଗୋଟିଏ କୋଭିଡ କ୍ଲିନିକ୍ ପ୍ରତିଷ୍ଠା ସହ ଏଥିଲାଗି ଆବଶ୍ୟକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଉ।

ବିଏମସିରେ ନିର୍ବାଚିତ ପ୍ରତିନିଧି ନଥିବା ବେଳେ ଲୋକମାନେ ସେମାନଙ୍କ ସମସ୍ୟା କାହାକୁ ଜଣାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ସବୁ ୱାର୍ଡ ସାନିଟାଇଜ କରାଯାଉ ନାହିଁ। ଫଳରେ ସଂକ୍ରମଣ ଆଶଙ୍କା ସବୁବେଳେ ରହୁଛି। ତେଣୁ ସବୁ ୱାର୍ଡ ପାଇଁ ଆଡଭୋକେଟ କମିସନର ନିଯୁକ୍ତ କରାଯାଉ। ଏଥିସହିତ ଆଡଭୋକେଟ କମିସନରଙ୍କୁ ସିଧାସଳଖ କୋର୍ଟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।


No comments