ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଅଗଷ୍ଟ ୨୨ତାରିଖରେ ରାଜ୍ୟରେ ସର୍ବାଧିକ ୬୮,୯୦୬ ନମୁନା ପରୀକ୍ଷା ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ଅଧିକାଂଶ ଦିନ ଏହା ୪୦ ହଜାରକୁ ...
ଅଗଷ୍ଟ ୨୨ତାରିଖରେ ରାଜ୍ୟରେ ସର୍ବାଧିକ ୬୮,୯୦୬ ନମୁନା ପରୀକ୍ଷା ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ଅଧିକାଂଶ ଦିନ ଏହା ୪୦ ହଜାରକୁ ଖସି ଆସିଛି। ଏପରିକି ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩ ହଜାର ୯୪୦ ନମୁନା ପରୀକ୍ଷା ହୋଇଛି। ଏଥିରେ ଉଭୟ ଆରଟି-ପିସିଆର ଓ ରାପିଡ୍ ଆଣ୍ଟିଜେନ୍ ନମୁନା ରହିଛି।
କେବଳ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ହୋଇ ନ ଥିଲା ବିଶେଷକରି କରୋନା ପାଇଁ ଉଚ୍ଚତମ ନମୁନା ପରୀକ୍ଷା ଭାବେ ବିବେଚିତ ହେଉଥିବା ଆରଟି-ପିସିଆର ପରୀକ୍ଷାରେ ମଧ୍ୟ ବୃଦ୍ଧି ହୋଇଥିଲା। ଅଗଷ୍ଟ ୨୦ତାରିଖରେ ରାଜ୍ୟରେ ସର୍ବାଧିକ ୧୧,୩୫୮ ଆରଟି-ପିସିଆର ନମୁନା ପରୀକ୍ଷା ହୋଇଥିଲା। ମାତ୍ର ଦିନକୁ ଦିନ ଆରଟି-ପିସିଆର ପରୀକ୍ଷା ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଗତକାଲି ୭ହଜାରରୁ ସାମାନ୍ୟ ଅଧିକ ଆରଟି-ପିସିଆର ପରୀକ୍ଷା ହୋଇଛି।
ଆସାମରେ ଏ ପର୍ଯ୍ୟନ୍ତ ସାଢ଼େ ୨୭ଲକ୍ଷ, ବିହାରରେ ୫୧ଲକ୍ଷ, କର୍ଣ୍ଣାଟକ ୩୮ଲକ୍ଷ, ଗୁଜୁରାଟ ୩୩ଲକ୍ଷ, ଉତ୍ତର ପ୍ରଦେଶରେ ୭୭ଲକ୍ଷ ପରୀକ୍ଷା ହୋଇ ସାରିଲାଣି। ବିଶେଷଜ୍ଞଙ୍କ ମତରେ, ଏବେ ସଂକ୍ରମଣ ବଢ଼ିଥିବା ବେଳେ ରାଜ୍ୟ ସରକାର ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଜରୁରୀ। ବିଶେଷକରି ଆରଟି-ପିସିଆର ନମୁନା ପରୀକ୍ଷାକୁ ଜୋର ଦେବାର ଆବଶ୍ୟକତା ରହିଛି। ଯାହାଫଳରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହିତ କରୋନା ମୃତ୍ୟୁ ହାରକୁ କମାଇବାରେ ସହାୟକ ହୋଇପାରିବ।


No comments