Page Nav

HIDE

Grid

GRID_STYLE

Classic Header

Breaking News:

latest

ଚାଲାକ ଚୀନ୍‌: ଭୁଟାନରେ ଚୀନ୍‌ ସେନାର ଅନୁପ୍ରବେଶ ଚୀନ୍ ର ଆଉ ଏକ ଚାଲାକୀ?

ଚାଲାକ ଚୀନ୍‌: ଭୁଟାନରେ ଚୀନ୍‌ ସେନାର ଅନୁପ୍ରବେଶ ଚୀନ୍ ର ଆଉ ଏକ ଚାଲାକୀ?  ଦକ୍ଷିଣ ଚୀନ୍‌ ସାଗର ଏବଂ ଲଦାଖ ସୀମାରେ ଚୀନ୍‌ ନିଜର ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ କର...

ଚାଲାକ ଚୀନ୍‌: ଭୁଟାନରେ ଚୀନ୍‌ ସେନାର ଅନୁପ୍ରବେଶ ଚୀନ୍ ର ଆଉ ଏକ ଚାଲାକୀ? 
ଦକ୍ଷିଣ ଚୀନ୍‌ ସାଗର ଏବଂ ଲଦାଖ ସୀମାରେ ଚୀନ୍‌ ନିଜର ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ କରୁଥିଲାବେଳେ ଏବେ ଭୁଟାନର ଭୂମିକୁ ବି ନିଜ ଦଖଲକୁ ଆଣିବାକୁ ପ୍ରୟାସ କରୁଛି । ରିପୋର୍ଟ ଅନୁଯାୟୀ, ମଧ୍ୟ ଏବଂ ପଶ୍ଚିମ ଭୁଟାନ ସଂଲଗ୍ନ ସୀମାରେ ଚୀନ୍‌ ସେନା ଭୁଟାନର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଇଯାଇଛି । ଚୀନ୍‌ ସେନା ବ୍ୟାପକ ପରିମାଣରେ ସୈନିକ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିଛି ।

ଭୁଟାନର ସୁରକ୍ଷା ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତର ସିଲିଗୁଡି କରିଡରକୁ ଭୁଟାନର ସୀମା ଲାଗିଛି । ତେଣୁ ଭୁଟାନର ବ୍ୟାପକ ଅଞ୍ଚଳ ଚୀନ୍‌ ଦଖଲକୁ ଗଲେ ଭାରତର ସିଲିଗୁଡି କରିଡର ପ୍ରତି ବିପଦ ସୃଷ୍ଟି ହେବ । ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକ ସହ ମୁଖ୍ୟ ଭୂଖଣ୍ଡକୁ ଏହି କରିଡର ଯୋଡ଼ିଥାଏ । ତେଣୁ ଯୁଦ୍ଧ ହେଲେ ଚୀନ୍‌ ଏହି କରିଡର ଉପରେ ଆକ୍ରମଣ କରି ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକୁ ମୁଖ୍ୟ ଭୂଖଣ୍ଡରୁ ଦୂରେଇ ଦେବାକୁ ଉଦ୍ୟମ କରିବ ।World

No comments