Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜ୍ୟ ର ଛୋଟ ବଡ ଚିଡିଆଖାନା ୪ ଠୁ ଖୋଲିବ। ପର୍ଯ୍ୟଟକମାନେ ପ୍ରବେଶ ସମୟରେ କ’ଣ କରିବେ ଓ ନ କରିବେ ସେନେଇ ଚିଡ଼ିଆଖାନା ପ୍ରବେଶ ପଥରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ। ସାମ...

ରାଜ୍ୟ ର ଛୋଟ ବଡ ଚିଡିଆଖାନା ୪ ଠୁ ଖୋଲିବ।



ପର୍ଯ୍ୟଟକମାନେ ପ୍ରବେଶ ସମୟରେ କ’ଣ କରିବେ ଓ ନ କରିବେ ସେନେଇ ଚିଡ଼ିଆଖାନା ପ୍ରବେଶ ପଥରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ। ସାମାଜିକ ଦୂରତା ରଖି ପର୍ଯ୍ୟଟକ ଯେପରି ଛିଡ଼ା ହେବେ ସେଥିପାଇଁ ଭଲ ଭାବେ ଗୋଲାକାର ବୁଲାଇବେ। ଧାଡ଼ିରେ ଦୂରତା ରକ୍ଷା କରାଯିବା ସହ ପ୍ରବେଶ ପଥ, ଶୌଚାଳୟ, ପ୍ରଦର୍ଶନୀ ସ୍ଥାନରେ ସାମାଜିକ ଦୂରତା ପାଳନ କରାଯିବ ସେନେଇ ନଜର ରଖିବେ। ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଉଥିବା ସଂସ୍ଥା/ଠିକାଦାର/ଖାଦ୍ୟ ଯୋଗାଉଥିବା କର୍ମଚାରୀମାନେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ କରିବେ ଏବଂ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ।

ବିନା ମାସ୍କରେ କାହାକୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ପ୍ରବେଶଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ପର୍ଯ୍ୟଟକ ଯେପରି ମାସ୍କ ପିନ୍ଧିବେ ତାହା ଉପରେ ନଜର ରଖାଯିବ। ଥଣ୍ଡା, କାଶ ଓ ଜ୍ବର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ପ୍ରବେଶ ସମୟରେ ସେମାନଙ୍କ ଶରୀରର ତାପମାତ୍ର ମପାଯିବ। ବୟସ୍କ ଓ ଶିଶୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି।

ଚିଡ଼ିଆଖାନା ଗାଇଡ୍‌ମାନେ ମୁହଁ ଆବଦ୍ଧ ରହୁଥିବା ମାସ୍କ ସହ ହ୍ୟାଣ୍ଡଗ୍ଲୋଭ୍‌ସ ପିନ୍ଧିବା ବାଧ୍ୟତାମୂଳକ। ପର୍ଯ୍ୟଟକମାନେ ନିଜର ପାଣି ନେବେ। ଯେତେଦୂର ସମ୍ଭବ ଖାଦ୍ୟ ସାମଗ୍ରୀ ନେବାଠାରୁ ଦୂରେଇ ରହିବେ। ଚିଡ଼ିଆଖାନା ଆକ୍ବାରିଅମ୍‌, ୱାକ୍‌ ଥ୍ରୁ ଆଭେରି, ଚିଡ଼ିଆଖାନା ଲାଇବ୍ରେରି ଆଦି ସ୍ଥାନରେ ବି ନିୟମ ପାଳନ କରାଯିବ। ଉପରୋକ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ ନନ୍ଦନକାନନରେ ଥିବା ରାଜ୍ୟ ବଟାନିକାଲ ଗାର୍ଡେନ୍‌ ଖୋଲିବ। ତେବେ ସେଠାରେ ପିକ୍‌ନିକ୍‌ ଲାଗି ଅନୁମତି ମିଳିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

No comments