Page Nav

HIDE

Grid

GRID_STYLE

Classic Header

Breaking News:

latest

ଦେଶବ୍ୟାପୀ ଲକ୍‌ଡାଉନ୍‌ର ୬ ମାସ ପରେ ବି କୋଭିଡ-୧୯ ମହାମାରୀ ସଙ୍କଟ ଜଟିଳ ସ୍ଥିତିରେ ରହିଛି। କୋଭିଡ ମାମଲା ୫୦୦ରୁ ନେଇ ୫୭ ଲକ୍ଷରେ ପହଞ୍ଚି ଯାଇଛି ଏବଂ ଏଥିରେ ୯୧ ହ...

ଦେଶବ୍ୟାପୀ ଲକ୍‌ଡାଉନ୍‌ର ୬ ମାସ ପରେ ବି କୋଭିଡ-୧୯ ମହାମାରୀ ସଙ୍କଟ ଜଟିଳ ସ୍ଥିତିରେ ରହିଛି।



କୋଭିଡ ମାମଲା ୫୦୦ରୁ ନେଇ ୫୭ ଲକ୍ଷରେ ପହଞ୍ଚି ଯାଇଛି ଏବଂ ଏଥିରେ ୯୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଗୋଟିଏ ପଟେ ଦେଶରେ ଟେଷ୍ଟିଂ ବ୍ୟାପକ ଭାବେ ବଢ଼ିଛି ଏବଂ କୋଭିଡ ୧୯ ଟିକା ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇଛି, କିନ୍ତୁ ଅନ୍ୟପଟେ କରୋନା ଥମିବାର ନାମ ନେଉନାହିଁ। ସମଗ୍ର ଭାରତ ଏବେ କରୋନା କବଳିତ ହେବା ସହ ସଂକ୍ରମଣ ସ୍ଥିତି ଅତି ଉଦ୍‌ବେଗଜନକ ସ୍ଥିତିରେ ରହିଛି।

ଏହି ସମୟରେ କୋଭିଡ-୧୯ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୦୦ରୁ କିଛି ଅଧିକ ଥିଲା ଏବଂ ମୃତ୍ୟୁ ସଂଖ୍ୟା ୧୨ ରହିଥିଲା। ୬ ମାସ ପରେ କରୋନା ଭାଇରସ୍‌ ଦ୍ବାରା ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ସୂଚୀରେ ଭାରତ ଆମେରିକା ପରେ ଦ୍ବିତୀୟ ସ୍ଥାନରେ ରହିଛି। ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ବେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି। ଆମେରିକାରେ ରହୁଥିବା ମହାମାରୀ ବିଶେଷଜ୍ଞ ରାମନୟନ ଲକ୍ଷ୍ମୀନାରାୟଣ କହିଛନ୍ତି ଯେ କରୋନା ମହାମାରୀ ଭାରତରେ ଏବେ ସବୁ ଅଂଚଳରେ କାୟାବିସ୍ତାର କରୁଛି ଏବଂ ଗ୍ରାମୀଣ ଭାରତ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। 

ସଂକ୍ରମଣ ଧୀରେ ଧୀରେ ସବୁ ଅଂଚଳକୁ ଗ୍ରାସ କରୁଛି ଏବଂ ଲୋକେ ଯଦି ସତର୍କତା ଅବଲମ୍ବନ କରୁନାହାନ୍ତି ତା’ହେଲେ ଏହା ନିଶ୍ଚିତ ଭାବେ ଅନିୟନ୍ତ୍ରିତ ହୋଇଗଲାଣି ବୋଲି ସେ କହିଛନ୍ତି। ୨୨ ସେପ୍‌ଟେମ୍ବର ସୁଦ୍ଧା ଦେଶରେ ୬,୬୨,୭୯,୪୬୨ ଜଣଙ୍କର କରୋନା ପରୀକ୍ଷା ହୋଇସାରିଛି। ଦେଶରେ ୪୬ ଲକ୍ଷରୁ ଅଧିକ ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି ଏବଂ ଆରୋଗ୍ୟ ହାର ୮୧.୫୫ ପ୍ରତିଶତ ରହିଛି।

No comments