Page Nav

HIDE

Grid

GRID_STYLE

Classic Header

Breaking News:

latest

ଦେଶ ର ସଂକ୍ରମଣ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ ଏବେ ୫୭ ଲକ୍ଷ ଟପିଲା। ଗତ ଶନିବାରଠାରୁ ଦେଶରେ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରୁଛନ୍ତି। ଏହାଦ୍ବାରା ଚ...

ଦେଶ ର ସଂକ୍ରମଣ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ ଏବେ ୫୭ ଲକ୍ଷ ଟପିଲା।



ଗତ ଶନିବାରଠାରୁ ଦେଶରେ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରୁଛନ୍ତି। ଏହାଦ୍ବାରା ଚଳିତ ସପ୍ତାହରେ ସକ୍ରିୟ ମାମଲା ସବୁଠୁ କମ୍ ରହିଛି। ଏବେ ଏହା ୧୦ ଲକ୍ଷରୁ କମ୍‌। ଚଳିତ ସପ୍ତାହରେ ଅଧିକାଂଶ ରାଜ୍ୟରେ ସକ୍ରିୟ ମାମଲା ଏବଂ ମୃତ୍ୟୁସଂଖ୍ୟା କମ୍‌ ରହିଛି। ତେବେ ଓଡ଼ିଶା ସମେତ ୭ଟି ରାଜ୍ୟ ଚିନ୍ତା ବଢ଼ାଇଛନ୍ତି। ଗତକିଛି ଦିନ ଧରି ଏହି ସବୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି।

ଗତ ୨୪ ଘଣ୍ଟା ମଧ୍ୟ‌ରେ ୮୬ ହଜାର ୫୦୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୨୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୫୭ ଲକ୍ଷ ୩୨ ହଜାର ୫୧୮ରେ ପହଞ୍ଚିଛି ଏବଂ ୯୧ ହଜାର ୧୪୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଏଥିସହ ଆରୋଗ୍ୟ ହାର ୮୧.୫୫ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସକ୍ରିୟ ମାମଲା ୯ ଲକ୍ଷ ୬୬ ହଜାର ୩୮୨ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୬.୮୬ ପ୍ରତିଶତ। କରୋନା ମୃତ୍ୟୁହାର ମଧ୍ୟ ୧.୫୯ ପ୍ରତିଶତକୁ ଖସିଆସିଛି। ଆଇସିଏମ୍‌ଆର ଅନୁଯାୟୀ ଗତକାଲି ୧୧ ଲକ୍ଷ ୫୬ ହଜାର ୫୬୯ ନମୁନା ପରୀକ୍ଷା କରାଯାଇଛି। ଏଯାବତ୍‌ ମୋଟ୍‌ ୬ କୋଟି ୭୪ ଲକ୍ଷ ୩୬ ହଜାର ୩୧ ନମୁନା ପରୀକ୍ଷା ହୋଇଛି।

No comments