Page Nav

HIDE

Grid

GRID_STYLE

Classic Header

Breaking News:

latest

ଦୀର୍ଘ ଦିନର ଅସୁସ୍ଥତା ପରେ ଲୋକପ୍ରିୟ ପାର୍ଶ୍ବ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କର ଆଜି ହୋଇଛି ପରଲୋକ।

ଦୀର୍ଘ ଦିନର ଅସୁସ୍ଥତା ପରେ ଲୋକପ୍ରିୟ ପାର୍ଶ୍ବ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କର ଆଜି ହୋଇଛି ପରଲୋକ। ଶୁକ୍ରବାର ଚେନ୍ନାଇର ଏମଜିଏଏମ୍ ହେଲଥକେୟାର ହସ୍ପିଟାଲରେ ସେ ଶେ...

ଦୀର୍ଘ ଦିନର ଅସୁସ୍ଥତା ପରେ ଲୋକପ୍ରିୟ ପାର୍ଶ୍ବ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କର ଆଜି ହୋଇଛି ପରଲୋକ।
ଶୁକ୍ରବାର ଚେନ୍ନାଇର ଏମଜିଏଏମ୍ ହେଲଥକେୟାର ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାଲାସୁବ୍ରମଣ୍ୟମ ଗତ ୫ ଅଗଷ୍ଟରୁ ହସ୍ପିଟାଲରେ ଆଡମିଟ୍ ଥିଲେ।

ବାଲାସୁବ୍ରମଣ୍ୟମଙ୍କ ପରଲୋକ ଖବର ପରେ ସମଗ୍ର ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳି ଯାଇଛି। ତେବେ ସେପ୍ଟେମ୍ବର ୨୪ ତାରିଖରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖୁବ୍ ଖରାପ ହୋଇପଡିଥିଲା। କୃତ୍ରିମ ଶ୍ବାସକ୍ରିୟାରେ ଆଇସିୟୁରେ ରଖାଯାଇଥିଲା।

କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।ବାଲସୁବ୍ରମଣ୍ୟମଙ୍କ ମୃତ୍ୟୁଖବର ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ସିନେମା ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ଗତ ସେପ୍ଟେମ୍ୱର ୮ ତାରିଖରେ ତାଙ୍କର ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।  


No comments