ଆମେରିକାର ଆମାଜନ୍ ନଦୀରେ ମିଳୁଥିବା ସକର ମାଉଥ୍ କ୍ୟାଟଫିଶ୍ ଏବେ ମିଳିଲା ବାରଣାସୀର ଗଙ୍ଗା ନଦୀରେ। ହଜାର ହଜାର କିଲୋମିଟର ଦୂର ସାଉଥ୍ ଆମେରିକାର ଆମାଜନ୍ ନଦୀରେ ମିଳୁଥ...
ହଜାର ହଜାର କିଲୋମିଟର ଦୂର ସାଉଥ୍ ଆମେରିକାର ଆମାଜନ୍ ନଦୀରେ ମିଳୁଥିବା ସକର ମାଉଥ୍ କ୍ୟାଟଫିଶ୍ ଏବେ ମିଳିଲା ବାରଣାସୀର ଗଙ୍ଗା ନଦୀରେ। ଏହି ନଦୀ ମିଳିବା ଆଶ୍ଚର୍ଯ୍ୟଜନକ କଥା ହୋଇଥିବା ବେଳେ ବୈଜ୍ଞାନିକଙ୍କ ପାଇଁ ସେତିକି ଚିନ୍ତାର ବିଷୟ ପାଲଟିଛି।
ବୈଜ୍ଞାନିକମାନେ ଚିନ୍ତା ପ୍ରକାଶ କରି କହିଛନ୍ତି, ଏହି ମାଛ ମାଂସାହାରୀ ଓ ଇକୋ-ସିଷ୍ଟମ ପାଇଁ ମଧ୍ୟ ବିପଦ।
ଏମିତିବି ନଦୀଗୁଡିକରେ ନିଜର ଗଭୀରତା ନେଇ ବହୁ ରହସ୍ୟ ରହିଛି, କିନ୍ତୁ ବାରଣାସୀର ରାମନଗରର ରମନା ଗାଁ ନଦୀରେ ଡଲଫିନର ସଂରକ୍ଷଣ ଓ ଉଦ୍ଧାର ପାଇଁ ଲାଗିଥିବା ଗଙ୍ଗା ପ୍ରହରୀଙ୍କ ଟିମ୍ ସେହି ସମୟରେ ଏକ ମାଛକୁ ପାଇଥିଲେ।
ଭାରତୀୟ ବନ୍ୟଜୀବ ସଂସ୍ଥାନ ଓ ନମାମି ଗଙ୍ଗା ଯୋଜନାର ଜଳୀୟ ଜୀବ ସଂରକ୍ଷଣ ପାଇଁ କାମ କରୁଥିବା ଗଙ୍ଗା ପ୍ରହରୀ ଦର୍ଶନ ନିଷାଦ କହିଛନ୍ତି, ଡଲଫିନ୍ ସଂରକ୍ଷଣ ସମୟରେ ତାଙ୍କୁ ଦ୍ବିତୀୟ ଥର ଏଭଳି ଅଦ୍ଭୁତ ପ୍ରକାର ମାଚ୍ଛ ମିଳିଛି। ପ୍ରଥମ ଥର ଗୋଲ୍ଡେନ୍ ରଙ୍ଗର ଏହି ମାଛ ମିଳିଥିଲା, ଯାହାର ଚିହ୍ନଟ ଭାରତୀୟ ବନ୍ୟଜୀବ ସଂସ୍ଥାନ ଆମେରିକା ପକ୍ଷରୁ ଆମାଜନ ନଦୀରେ ମିଳିଥିବା ସକରମାଉଥ କ୍ୟାଟଫିଶ୍ ରୂପରେ କରାଯାଇଥିଲା, ପୁଣିଥରେ ଏହି ମାଛ ମିଳିଥିଲା।


No comments