Page Nav

HIDE

Grid

GRID_STYLE

Classic Header

Breaking News:

latest

ଦିଲ୍ଲୀରୁ ଆସି ଏବେ କଟକ ରେ ଚିକିତ୍ସା ହେବାକୁ ୧ ବର୍ଷ ପୁରିଛି। ୨୦୧୯, ସେପ୍ଟେମ୍ବର ୬ତାରିଖରେ ସେମାନେ ଏସ୍ ସିବିରେ ଭର୍ତ୍ତି ହୋଇଥିଲେ। ଏବେ ପୂର୍ବଭଳି ବଳିଆକୁ ଆଉ ବ...

ଦିଲ୍ଲୀରୁ ଆସି ଏବେ କଟକ ରେ ଚିକିତ୍ସା ହେବାକୁ ୧ ବର୍ଷ ପୁରିଛି।



୨୦୧୯, ସେପ୍ଟେମ୍ବର ୬ତାରିଖରେ ସେମାନେ ଏସ୍ ସିବିରେ ଭର୍ତ୍ତି ହୋଇଥିଲେ। ଏବେ ପୂର୍ବଭଳି ବଳିଆକୁ ଆଉ ବାରମ୍ବାର ଜ୍ଵର ଆସୁନି କି ଫିଡ୍ସ ହେଉନି। ତାର ଅବସ୍ଥା ସ୍ଥିର ରହିଛି।  କିନ୍ତୁ ଏବେ ବି ସେ  ନାଜାଲ ଫିଡିଂ ନେଉଛି। ଜଗା କିନ୍ତୁ ଫିଟ ଅଛି। ଖେଳୁଛି, ବୁଲୁଛି। କରୋନା ପାଇଁ ତାଙ୍କ ପ୍ରତି ସତର୍କ ଦୃଷ୍ଟିରେ ରଖାଯାଇଛି ବୋଲି କହିଛନ୍ତି  ଚିକିତ୍ସା କମିଟିର ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର।

୨୦୧୯ ସେପ୍ଟେମ୍ବର ୬ ତାରିଖରେ ସେମାନଙ୍କୁ ଦିଲ୍ଲୀରୁ ଅଣାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଫୁଲବାଣୀ ଜିଲ୍ଲାର କନ୍ଧମାଳର ଫିରିଙ୍ଗିଆ ବ୍ଲକ୍‌ର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଏହି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ଅକ୍ଟୋବର ୨୫ରେ ଦ୍ବତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିଲେ। 

ଏପରିକି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଜଗାର ସ୍କୁଲ ଯିବା ସଂପର୍କରେ ବିଚାର କରାଯାଉଥିବା ସୂଚନା ଦେଇଥିଲେ। କିନ୍ତୁ ଯେହେତୁ ଜଗା ଏବେବି ହେଲମେଟ୍‌ ପିନ୍ଧୁଛି ତେଣୁ ସେ ସ୍କୁଲ ଯାଇ ପାରିବ ନାହିଁ, ସ୍କୁଲ ଗଲେ ବିପଦ ବୋଲି ରାଜ୍ୟ ସରକାର ପରେ ସ୍ପଷ୍ଟ କରିଥିଲେ।  ବିଭିନ୍ନ ସମୟରେ ଜଗା -ବଳିଆଙ୍କ ଚିକିତ୍ସା ଓ ଘରକୁ ନେଇ ଯିବା ପାଇଁ ମା ପୁଷ୍ପାଞ୍ଜଳି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ହେଲେ ଏହି ବିରଳ ଶିଶୁଙ୍କୁ ସୁରକ୍ଷା ଦୃଷ୍ଟିରୁ ସରକାର ହେପାଜତରେ ରଖିଛନ୍ତି।

No comments