Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜଧାନି ରେ ବଢୁଛି ଆକ୍ରନ୍ତ ସଂଖ୍ୟା। ୪୦୯ ଆକ୍ରାନ୍ତ । ଦିନକରେ ୪୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୧୨ରେ ପହଞ୍ଚିଛି। ତେବେ...

ରାଜଧାନି ରେ ବଢୁଛି ଆକ୍ରନ୍ତ ସଂଖ୍ୟା। ୪୦୯ ଆକ୍ରାନ୍ତ ।



ଦିନକରେ ୪୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୧୨ରେ ପହଞ୍ଚିଛି। ତେବେ ଗତକାଲି ଏକ ଗଣମାଧ୍ୟମ ସଂସ୍ଥାରୁ ୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣିଥିରେ ୧୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ୪୮ଘଣ୍ଟାରେ ଗଣମାଧ୍ୟମ ସଂସ୍ଥାରୁ ସମୁଦାୟ ୪୩ଜଣ ଚିହ୍ନଟ ହୋଇ ସାରିଲେଣି।

ଚିହ୍ନଟ ୪୦୯ ଆକ୍ରାନ୍ତଙ୍କ ମଧ୍ୟରେ ୨୪୨ଜଣ ସଙ୍ଗରୋଧରୁ ଓ ୧୬୭ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ସଙ୍ଗରୋଧରୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୧ଜଣ, କେଳା ବସ୍ତି ଓ ଚକେଇସିଆଣିରୁ ୮ଜଣ ଲେଖାଏଁ, ୬ଜଣ ସରକାରୀ କର୍ମଚାରୀ, ଷ୍ଟେସନ୍ ଛକରୁ ୭ଜଣ, ଶଖରଚଣ୍ଡୀ ସାହି ଓ ଶୈଳଶ୍ରୀ ବିହାରରୁ ୬ଜଣ ଲେଖାଏଁ ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତ ବାହାରିଛନ୍ତି।

କ୍ୟାପିଟାଲ ହସ୍ପିଟାଲ ସମେତ ୩ଟି ଘରୋଇ ହସ୍ପିଟାଲର କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ଲୋକାଲ କଣ୍ଟାକ୍ଟ ମଧ୍ୟରେ ସାଲିଆସାହି, ତ୍ରିନାଥ ଓ କେଳା ବସ୍ତି, ଭଗବତୀ ବସ୍ତି, ଫୁଲେଶ୍ବରୀ, ଶିଖରଚଣ୍ଡୀ ଓ ଦୂରଦର୍ଶନ କଲୋନିରୁ ଆକ୍ରାନ୍ତ ରହିଛନ୍ତି। ଗତ ୨୪ଘଣ୍ଟାରେ ରାଜଧାନୀରୁ ୩୪୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୮୬୭ରେ ପହଞ୍ଚିଛି।

No comments