ରାଜ୍ୟ ବସି କିଣିଲେ କାର ଅଗଷ୍ଟ ରେ ୩୭୫୭ କାର କିଣିଲେ। ଚଳିତ ବର୍ଷ ଅଗଷ୍ଟରେ ୩୭୫୭ଟି କାର୍ ବିକ୍ରି ହୋଇଛି ଯାହା ଗତବର୍ଷର ଅଗଷ୍ଟ ବିକ୍ରି ତୁଳନାରେ ମାତ୍ର ୨ ପ୍ରତିଶ...
ଚଳିତ ବର୍ଷ ଅଗଷ୍ଟରେ ୩୭୫୭ଟି କାର୍ ବିକ୍ରି ହୋଇଛି ଯାହା ଗତବର୍ଷର ଅଗଷ୍ଟ ବିକ୍ରି ତୁଳନାରେ ମାତ୍ର ୨ ପ୍ରତିଶତ କମ୍। ୨୦୧୯ ଅଗଷ୍ଟରେ ରାଜ୍ୟରେ ୩୮୩୭ଟି କାର୍ ବିକ୍ରି ହୋଇଥିଲା।ଚଳିତ ବର୍ଷ ଅଗଷ୍ଟରେ ଓଡ଼ିଶାରେ ମୋଟ ୩୯,୩୫୩ଟି ଗାଡ଼ି ବିକ୍ରି ହୋଇଛି। ସେଥି ମଧ୍ୟରୁ ୩୨,୧୬୫ଟି ହେଉଛି ସ୍କୁଟର ଓ ମୋଟରସାଇକଲ୍, ୫୮୫ଟି ତିିନିଚକିଆ, ୧୧୧୬ଟି ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଯାନ, ୩୭୫୭ଟି କାର୍ ଓ ୧୭୩୦ଟି ଟ୍ରାକ୍ଟର।
ମୋଟରସାଇକଲ୍, ୫୮୫ଟି ତିିନିଚକିଆ, ୧୧୧୬ଟି ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଯାନ, ୩୭୫୭ଟି କାର୍ ଓ ୧୭୩୦ଟି ଟ୍ରାକ୍ଟର। ଟ୍ରାକ୍ଟର ବିକ୍ରିରେ ଗତବର୍ଷ ତୁଳନାରେ ୪୦.୬୫ ପ୍ରତିଶତର ବୃଦ୍ଧି ଘଟିଛି ବୋଲି ଆଜି ଗାଡ଼ି ଡିଲର ସଂଘଗୁଡ଼ିକର ମହାସଂଘ (ଫାଡା) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଫାଡା ଅନୁଯାୟୀ, ଗତବର୍ଷ ଅଗଷ୍ଟ ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ରାଜ୍ୟ ୨୯.୦୩ ପ୍ରତିଶତ କମ୍ ଗାଡ଼ି ବିକ୍ରି ହୋଇଛି। ୨୦୧୯ ଅଗଷ୍ଟରେ ରାଜ୍ୟରେ ୫୫,୪୫୩ଟି ଗାଡ଼ି ବିକ୍ରି ହୋଇଥିଲା।
ଦୁଇଚକିଆ ବିକ୍ରି ୨୮.୭୧ ପ୍ରତିଶତ, ତିନିଚକିଆ ବିକ୍ରି ୬୯.୫୧ ପ୍ରତିଶତ, ବାଣିଜ୍ୟିକ ଯାନ ବିକ୍ରି ୫୭.୩୯ ପ୍ରତିଶତ ଓ କାର୍ ବିକ୍ରି ୭.୧୨ ପ୍ରତିଶତ ହ୍ରାସ ପାଇଛି। ମାତ୍ର ଗତବର୍ଷ ତୁଳନାରେ ଚଳିତ ବର୍ଷ ୨୭.୮୦ ଅଧିକ ଟ୍ରାକ୍ଟର ସାରା ଦେଶରେ ବିକ୍ରି ହୋଇଛି। ୨୦୨୦ ଅଗଷ୍ଟରେ ଦେଶରେ ମୋଟ ୧୧ ଲକ୍ଷ ୮୮ ହଜାର ୮୭ଟି ଗାଡ଼ି ବିକ୍ରି ହୋଇଛି।


No comments