ଟାଇଟନ୍ ଆଣିଲା ଏକ ନୂଆ ଫିଚର, ଘଣ୍ଟାରେ କରି ପାରିବେ କଣ୍ଟାକ୍ଟଲେସ୍ ପେମେଣ୍ଟ।  ହାତଘଣ୍ଟା ସାହାଯ୍ୟରେ କରି ପାରିବେ ପେମେଣ୍ଟ। ଦୁନିଆର ପ୍ରତିଷ୍ଠିତ ଘଣ୍ଟା ଉତ୍ପା...

ହାତଘଣ୍ଟା ସାହାଯ୍ୟରେ କରି ପାରିବେ ପେମେଣ୍ଟ। ଦୁନିଆର ପ୍ରତିଷ୍ଠିତ ଘଣ୍ଟା ଉତ୍ପାଦନକାରୀ ସଂସ୍ଥା ଟାଇଟନ୍ ପ୍ରଥମଥର ପାଇଁ ଏଭଳି ସୁବିଧା ଆଣିଛି। ଟାଇଟନ୍ ପକ୍ଷରୁ କଣ୍ଟାକ୍ଟଲେସ୍ ପେମେଣ୍ଟ ଫିଚର ଥିବା ୫ଟି ହାତ ଘଣ୍ଟା ବଜାରରେ ଲଞ୍ଚ କରାଯାଇଛି। ଏହି ଫିଚର ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ କମ୍ପାନୀ ସହଭାଗିତା କରିଛି। ବ୍ୟବହାରକାରୀ ମାନେ ଘଣ୍ଟାକୁ ଟ୍ୟାପ୍ କରି POS ମେସିନ୍ ଦ୍ବାରା କଣ୍ଟାକ୍ଟଲେସ୍ ପେମେଣ୍ଟ କରି ପାରିବେ।
ଏହି ଫିଚରର ଲାଭ କେବଳ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଉପଭୋକ୍ତା ପାଇ ପାରିବେ। ଟାଇଟନର ଏହି ଘଣ୍ଟା ସାହାଯ୍ୟରେ ପେମେଣ୍ଟ କଲା ସମୟରେ ବ୍ୟବହାରକାରୀଙ୍କୁ କୌଣସି ପିନ୍ ଦେବାକୁ ପଡ଼ିବ ନାହିଁ। ୟୁଜର ବିନା ପିନ୍ରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରି ପାରିବେ। ଯଦି ୨ ହଜାରରୁ ଅଧିକ ପେମେଣ୍ଟ କରିବାକୁ ଥାଏ ତେବେ ପିନ୍ ଜରୁରୀ ଅଟେ।


No comments