ରାଜ୍ୟରେ ୪୧୯୮ ନୂଆ କରୋନା ପଜିଟିଭି ଚିହ୍ନଟ। ଆଜି ରାଜ୍ୟରେ ୪୧୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୫୫ହଜ...
ଆଜି ରାଜ୍ୟରେ ୪୧୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୫୫ହଜାର ୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୩, ଗଞ୍ଜାମ ଜିଲ୍ଲାରୁ ୪୪, ବଲାଙ୍ଗୀର ଜିଲ୍ଲାରୁ ୧୯୭, ବାଲେଶ୍ବର ଜିଲ୍ଲାରୁ ୧୩୦, କୋରାପୁଟ ଜିଲ୍ଲାରୁ ୯୯, ଭଦ୍ରକ ଜିଲ୍ଲାରୁ ୫୩, ରାୟଗଡ଼ା ଜିଲ୍ଲାରୁ ୧୩୬, ପୁରୀ ଜିଲ୍ଲାରୁ ୩୧୦, ସୁନ୍ଦରଗଡ଼ ଜିଲ୍ଲାରୁ ୧୯୫, ଜଗତସିଂହପୁର ଜିଲ୍ଲାରୁ ୯୭, ସମ୍ବଲପୁର ଜିଲ୍ଲାରୁ ୧୩୦, କଳାହାଣ୍ଡି ଜିଲ୍ଲାରୁ ୯୩, ଯାଜପୁର ଜିଲ୍ଲାରୁ ୧୫୬, କନ୍ଧମାଳ ଜିଲ୍ଲାରୁ ୭୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୩, ମାଲକାନଗିରି ଜିଲ୍ଲାରୁ ୨୨, ଗଜପତି ଜିଲ୍ଲାରୁ ୧୪, ମୟୂରଭଞ୍ଜ ଜିଲ୍ଲାରୁ ୧୩୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୫, ଢେଙ୍କାନାଳ ଜିଲ୍ଲାରୁ ୮୦, ନବରଙ୍ଗପୁର ଜିଲ୍ଲାରୁ ୯୮, କେନ୍ଦୁଝର ଜିଲ୍ଲାରୁ ୬୩, ସୁବର୍ଣ୍ଣପୁର ଜିଲ୍ଲାରୁ ୭୪, ଅନୁଗୁଳ ଜିଲ୍ଲାରୁ ୧୦୮, ବରଗଡ଼ ଜିଲ୍ଲାରୁ ୯୫, ନୂଆପଡ଼ା ଜିଲ୍ଲାରୁ ୧୧୬, ଦେବଗଡ଼ ୩୪ ଓ ବୌଦ୍ଧ ଜିଲ୍ଲାରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


No comments