Page Nav

HIDE

Grid

GRID_STYLE

Classic Header

Breaking News:

latest

ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ମାଟ୍...


ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ମାଟ୍ରିକ୍‌ ସପ୍ଲ‌ିମେଣ୍ଟାରି ପାଇଁ ପରୀକ୍ଷା କେନ୍ଦ୍ର ସକାଳ ୯ଟାରେ ଖୋଲିଛି। କେନ୍ଦ୍ରକୁ ପ୍ରବେଶ କରିବା ପରେ ପରୀକ୍ଷାର୍ଥୀଙ୍କୁ ପ୍ରଥମେ ଓଏମ୍‌ଆର୍ ସିଟ୍ ମିଳିଛି। ଏହି ଓଏମ୍‌ଆର୍‌ ସିଟ୍‌ରେ ପିଲାଙ୍କ ରୋଲ ନଂ, ବିଷୟ ଆଦି ଲେଖାଯାଇଛି। ସକାଳ ୯ଟା ୪୫ମିନିଟ୍‌ରେ ପ୍ରଶ୍ନପତ୍ର ସମେତ ଉତ୍ତର ବୁକ୍‌ଲେଟ୍ ପ୍ରଦାନ କରାଯାଇଛି।

ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ। ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅବ୍‌ଜେକ୍ଟିଭ୍ ପରୀକ୍ଷା(ଏହାର ଉତ୍ତର ଓଏମ୍‌ଆର୍‌ ମାଧ୍ୟମରେ ପୂରଣ କରାଯିବ) ଓ ୧୧ଟାରୁ ୧୨ଟା ସବ୍‌ଜେକ୍ଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ। ‌ଅବ୍‌ଜେକ୍ଟିଭ୍ ପାଇଁ ୫୦ନମ୍ବର ଓ ସବ୍‌ଜେକ୍ଟିଭ୍ ପାଇଁ ୩୦ ନମ୍ବର ଏହିପରି ମୋଟ ୮୦ ନମ୍ବର ପରୀକ୍ଷା କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ‌ଦେଇଛନ୍ତି।କରୋନା ପାଇଁ ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ କରାଯାଇଛି। ଉଭୟ ସପ୍ଲିମେଣ୍ଟାରି ଓ ମୁକ୍ତବିଦ୍ୟାଳୟ ପରୀକ୍ଷାରେ ପ୍ରତି ବିଷୟ ପାଇଁ ୨ଘଣ୍ଟା ୩୦ମିନିଟ୍ ବଦଳରେ ପରୀକ୍ଷାର୍ଥୀଙ୍କୁ ୨ଘଣ୍ଟା ସମୟ ମିଳିବ।
ସେହିପରି ପ୍ରତି ବିଷୟ ୧୦୦ ନମ୍ବର ବଦଳରେ ୮୦ ନମ୍ବର ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି। ପୂର୍ବରୁ ଗଣିତ ଅବ୍‌ଜେକ୍ଟିଭ୍ ପାଇଁ ମିଳୁଥିବା ଅତିରିକ୍ତ ୧୫ମିନିଟ୍‌ ସମୟ ମଧ୍ୟ ଏହି ସପ୍ଲିମେଣ୍ଟାରିରେ ପରୀକ୍ଷାର୍ଥୀଙ୍କୁ ଆଉ ମିଳିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସବୁ କେନ୍ଦ୍ରରେ କୋଭିଡ ଗାଇଡ୍‌ଲାଇନ୍ କଡ଼ାକଡ଼ି କରାଯିବ। କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହିବା ସହିତ ପ୍ରତିଦିନ ପରୀକ୍ଷାକେନ୍ଦ୍ର ବିଶୋଧନ କରାଯିବାକୁ ଜିଲ୍ଲା ଶିକ୍ଷାଧିକାରୀ ଓ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

No comments