ଜିଏସ୍ଟି ଆଦାୟ ହ୍ରାସ ପାଇଛି। ବାକି ପଡ଼ିଛ ୧.୫୧ ଲକ୍ଷ କୋଟି । ରାଜ୍ୟଗୁଡ଼ିକ ୧.୫୧ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ପାଇବାକୁ ବାକି ଅଛି ବୋଲି କେନ୍ଦ୍ର ଅର୍ଥ ...
ରାଜ୍ୟଗୁଡ଼ିକ ୧.୫୧ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ପାଇବାକୁ ବାକି ଅଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ମହାରାଷ୍ଟ୍ର ସର୍ବାଧିକ ୨୨,୪୮୫ କୋଟି ଟଙ୍କା, କର୍ଣ୍ଣାଟକ ୧୩,୭୬୩ କୋଟି ଟଙ୍କା, ଉତ୍ତରପ୍ରଦେଶ ୧୧,୭୪୨ କୋଟି ଟଙ୍କା, ଗୁଜରାଟ ୧୧,୫୬୩ କୋଟି ଟଙ୍କା ଓ ତାମିଲନାଡୁ ୧୧,୨୬୯ କୋଟି ଟଙ୍କା ପାଇବାକୁ ବାକି ରହିଛି।
ସେହିପରି ପଶ୍ଚିମବଙ୍ଗ ୭,୭୫୦ କୋଟି ଟଙ୍କା, କେରଳ ୭୦୭୭ କୋଟି ଟଙ୍କା, ପଞ୍ଜାବ ୬୯୫୯ କୋଟି ଟଙ୍କା, ଦିଲ୍ଲୀ ୬୯୩୧ କୋଟି ଟଙ୍କା, ରାଜସ୍ଥାନ ୬୩୧୨ କୋଟି ଟଙ୍କା, ତେଲେଙ୍ଗାନା ୫୪୨୪ କୋଟି ଟଙ୍କା ଓ ଛତିଶଗଡ଼ ୨୮୨୭ କୋଟି ଟଙ୍କା ପାଇବାକୁ ବାକି ରହିଛି।
ଆଜି ଲୋକସଭାରେ ଲିଖିତ ଉତ୍ତର ଦେଇ ଶ୍ରୀ ଠାକୁର କହିଛନ୍ତି ଯେ ରାଜ୍ୟଗୁଡ଼ିକୁ ଦିଆଯିବାକୁ ଥିବା ୧,୫୧,୩୬୫ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ରାଶି ବକେୟା ରହିଛି। ବକେୟା ରାଶି ସମ୍ପର୍କିତ ମାମଲାର ସମାଧାନ ବିଷୟରେ ଗତ ଅଗଷ୍ଟ ୨୭ରେ ଅନୁଷ୍ଠିତ ଜିଏସ୍ଟି ପରିଷଦର ୪୧ତମ ବୈଠକରେ ଆଲୋଚନା ହୋଇଥିଲା ଓ ଋଣ ଜରିଆରେ ଏହି ରାଶି ଦେବା ଲାଗି ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି। ରାଜ୍ୟଗୁଡ଼ିକ ଯେଉଁ ବିକଳ୍ପ ଚୟନ କରିବେ ସେହି ଅନୁସାରେ ସେମାନଙ୍କ ଲାଗି ଋଣ ଯୋଗାଡ଼ କରିବାର ବ୍ୟବସ୍ଥା କରାଯିବ।


No comments