Page Nav

HIDE

Grid

GRID_STYLE

Classic Header

Breaking News:

latest

 ଭାରତ ର ସବୁ ପିଆଜ ରପ୍ତାନୀ ଉପରେ ଲାଗିଲା କଟକଣା। କଟା ହୋଇଥିବା କିମ୍ବା ପାଉଡର୍‌ ଆକାରରେ ବିକ୍ରି ହେଉଥିବା ପିଆଜ ରପ୍ତାନିକୁ କଟକଣାମୁକ୍ତ ରଖାଯାଇଛି। ପିଆଜି ରପ୍ତ...

 ଭାରତ ର ସବୁ ପିଆଜ ରପ୍ତାନୀ ଉପରେ ଲାଗିଲା କଟକଣା।



କଟା ହୋଇଥିବା କିମ୍ବା ପାଉଡର୍‌ ଆକାରରେ ବିକ୍ରି ହେଉଥିବା ପିଆଜ ରପ୍ତାନିକୁ କଟକଣାମୁକ୍ତ ରଖାଯାଇଛି। ପିଆଜି ରପ୍ତାନିକୁ ନିଷିଦ୍ଧ କରାଯାଇଥିବା ସମ୍ପର୍କରେ ବୈଦେଶିକ ବ୍ୟାପାର ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବାଙ୍ଗାଲୋର ଓ କ୍ରିଷ୍ଣପୂରମରେ ଉତ୍ପାଦନ କରାଯାଉଥିବା ପିଆଜ ରପ୍ତାନିକୁ ମଧ୍ୟ ବନ୍ଦ କରାଯାଇଛି। ଦେଶ ଭିତରେ ପିଆଜ ଦାମ୍ ବୃଦ୍ଧି ପାଉଥିବା ବେଳେ କେତେକ ସ୍ଥାନରେ ଏହାର ଅଭାବ ପରିଲକ୍ଷିତ ହୋଇଛି।

ସାଧାରଣତଃ ପ୍ରତିବର୍ଷ ଏହି ସମୟରେ ପିଆଜ ଦାମ୍ ବଢ଼ିଥାଏ। ମାତ୍ର ଚଳିତ ବର୍ଷ ମହାମାରୀ ସମୟରେ ବିପୁଳ ପରିମାଣର ପିଆଜ ରପ୍ତାନି କରାଯାଇଥିବାରୁ ଏହାର ଅଭାବ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଛି। ଗତ ଏପ୍ରିଲ୍‌-ଜୁନ୍ ମଧ୍ୟରେ ଭାରତ ୧୯୮ ନିୟୁତ ଟନ୍ ପିଆଜ ରପ୍ତାନି କରିଛି। ୨୦୧୯-୨୦ ଆର୍ଥିକ ବର୍ଷ ସାରା ପିଆଜି ରପ୍ତାନି ପରିମାଣ ୪୪୦ ନିୟୁତ ଡଲାର ଥିଲା। ଭାରତ ଏହାର ପିଆଜକୁ ମୁଖ୍ୟତଃ ବାଲାଂଦେଶ, ମାଲେସିଆ, ୟୁଏଇ ଓ ଶ୍ରୀଲଙ୍କାକୁ ରପ୍ତାନି କରିଛି।

ଗତବର୍ଷ ମହାରାଷ୍ଟ୍ର ଓ କର୍ଣ୍ଣାଟକରେବନ୍ୟା ହେବାରୁ ପିଆଜ ଫସଲ ନଷ୍ଟ ହୋଇଥିଲା। ସେଥିପାଇଁ ଏହାର ଦାମ୍ ବଢ଼ିଥିଲା। ଚଳିତ ବର୍ଶ ମାର୍ଚ୍ଚରେ ଏହାର ସର୍ବନିମ୍ନ ରପ୍ତାନି ମୂଲ୍ୟକୁ ପ୍ରତ୍ୟାହାର କରାଯିବା ସହ ପିଆଜ ରପ୍ତାନି ପାଇଁ ଅନୁମତି ଦିଆଯାଇଥିଲା।

No comments