ଦିନକରେ ୧୫ ଲକ୍ଷ ଟେଷ୍ଟ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧ ହଜାର ୧୭୭ ରୋଗୀ କରୋନାରୁ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪୭ ଲକ୍ଷ ୫୬ ହଜାର ୧୬୪ରେ ପହଞ୍ଚ...
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧ ହଜାର ୧୭୭ ରୋଗୀ କରୋନାରୁ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪୭ ଲକ୍ଷ ୫୬ ହଜାର ୧୬୪ରେ ପହଞ୍ଚିଛି। ଦେଶରେ ଆରୋଗ୍ୟ ହାର ୮୧.୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟ ମାମଲା ପ୍ରାୟ ୩୮ ଲକ୍ଷ ଅଧିକ ରହୁଛି।
ତେବେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଓଡ଼ିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଏବଂ ଆସାମରୁ ୭୩ ପ୍ରତିଶତ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୬ ହଜାର ୫୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୪୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୫୮ ଲକ୍ଷ ୧୬ ହଜାର ୫୭୦ ପହଞ୍ଚିଥିବା ବେଳେ ୯୨ ହଜାର ୨୯୦ ଜଣଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷେ କୋଭିଡ୍ ମୃତ୍ୟୁହାର ୧.୫୯ ପ୍ରତିଶତକୁ କମିଆସିଛି। ଦେଶରେ ୯ ଲକ୍ଷ ୭୦ ହଜାର ୧୧୭ ସକ୍ରିୟ ମାମଲା ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧୬.୬୭ ପ୍ରତିଶତ। ତେବେ ଗତକାଲି ରେକର୍ଡ ୧୪ ଲକ୍ଷ ୯୨ ହଜାର ୪୦୯ ନମୁନା ପରୀକ୍ଷା ହୋଇଛି। ଆଇସିଏମ୍ଆର ଅନୁଯାୟୀ ଏଯାବତ୍ ମୋଟ୍ ୬ କୋଟି ୮୯ ଲକ୍ଷ ୨୮ ହଜାର ୪୪୦ ନମୁନା ପରୀକ୍ଷା ହୋଇଛି।


No comments