Page Nav

HIDE

Grid

GRID_STYLE

Classic Header

Breaking News:

latest

କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି ଟ୍ରେନ୍‌ ରହଣୀ ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ଏଣିକି ସବୁ ଷ୍ଟେସନ ରେ ରହିବ ଟ୍ରେନ। ରାଜ୍ୟର ବିଭିନ୍ନ ସ୍ଥାନରେ ...

କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି ଟ୍ରେନ୍‌ ରହଣୀ ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ଏଣିକି ସବୁ ଷ୍ଟେସନ ରେ ରହିବ ଟ୍ରେନ।



ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ‌ଅବସ୍ଥାକୁ ଫେରୁଥିବାରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟାଯାଇଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର ଆଜି ପୂର୍ବତଟ ରେଳପଥକୁ ଚିଠି ଲେଖି ଅବଗତ କରାଇଛନ୍ତି। 

ସୂଚନାଯୋଗ୍ୟ ଯେ କୋଭିଡ୍‌-୧୯ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟ୍ରେନ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଗଞ୍ଜାମ ସମେତ ଖୋର୍ଦ୍ଧା ଜିଲ୍ଲାର କେତେକ ଷ୍ଟେସନରେ ଟ୍ରେନ୍‌ ରହଣୀ ନ କରିବାକୁ କୁହାଯାଇଥିଲା। 

ପୁରୀକୁ ଟ୍ରେନ୍‌ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲା। ଏବେ ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ଖୁବ୍‌ଶୀଘ୍ର ରାଜ୍ୟ ଭିତରେ ଅଧିକ ସଂଖ୍ୟାରେ ଟ୍ରେନ୍‌ ଚଳାଚଳ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

No comments