ଏବେ ବସ ଚାଲିବ । ହେଲେ ଭୟ ଯୋଗୁ ଲୋକ ବସ କୁ ଆସୁ ନାହାନ୍ତି ବୋଲି ବସ ମାଲିକ କହିଛନ୍ତି। ଏବେ ଯାତ୍ରୀବାହୀ ବସ୍ ଚଳାଚଳ ସ୍ବାଭାବିକ ହେବ। ଆଜି ଏପରି ଆଶା ବ୍ୟକ୍ତ କରି ...
ଏବେ ଯାତ୍ରୀବାହୀ ବସ୍ ଚଳାଚଳ ସ୍ବାଭାବିକ ହେବ। ଆଜି ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅନ୍ୟପଟେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର କହିବା କଥା, କଟକଣା କୋହଳ ପରେ ବି ବସ୍ରେ ମାତ୍ର ୧୦ରୁ ୨୦ ଜଣ ଯାତ୍ରୀ ଅସୁଛନ୍ତି।
ଲୋକଙ୍କ ମନରେ କରୋନା ପ୍ରତି ଭୟ ଥିବାରୁ ବସ୍ରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ କରିବାକୁ ସଂଘ ସଦସ୍ୟ ଅନୁରୋଧ କରିଛନ୍ତି।
ବସ୍ ମାଲିକ ସଂଘ ଦାବି ମୁତାବକ ଆଗରୁ ପରମିଟ୍ ଟିକସ ଛାଡ଼ କରାଯିବା ସହ ଅନ୍ୟାନ୍ୟ ଦାବି ପୂରଣ କରାଯାଇଛି। ମାଲିକମାନେ ବସ୍ ଚଳାଚଳ ଆରମ୍ଭ କଲେ ଲୋକମାନେ ଧୀରେ ଧୀରେ ପୁଣି ଥରେ ବସ୍ରେ ଯାତ୍ରା କରିବେ। ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି, ରାଜ୍ୟରେ ଏବେ ୧୭୫ଟି ବସ୍ ଚଳାଚଳ କରୁଛି।


No comments