ଦୁଇ ଚକିଆ ଗାଡି ର ବିକ୍ରି ବଢିବ ଦୀପାବଳି ରେ। ଏହି ସମୟରେ ବିପୁଳ ପରିମାଣର ବାଇକ୍ ଓ ସ୍କୁଟର ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଆଗାମୀ ମାସଗୁଡ଼ିକର ଚାହିଦାକୁ ପୂରଣ...
ଏହି ସମୟରେ ବିପୁଳ ପରିମାଣର ବାଇକ୍ ଓ ସ୍କୁଟର ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଆଗାମୀ ମାସଗୁଡ଼ିକର ଚାହିଦାକୁ ପୂରଣ କରିବା ଲାଗି କଂପାନିଗୁଡ଼ିକ ନିଜର ଉତ୍ପାଦନରେ ୮-୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ସେପ୍ଟେମ୍ବର-ଅକ୍ଟୋବର ଚାହିଦାକୁ ନଜରରେ ରଖି ହିରୋ ମୋଟୋକର୍ପ, ବଜାଜ ଅଟୋ, ଟିଭିଏସ୍ ମୋଟର ଓ ରୟାଲ ଏନଫିଲ୍ଡ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। କୋଭିଡ୍-୧୯ ମହମାରୀ ପରେ ଲୋକମାନେ ସାର୍ବଜନୀନ ଗମନଗମନା ବ୍ୟବସ୍ଥା ବଦଳରେ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏହି ବର୍ଷ ଦୁଇ ଚକିଆ ଗାଡି ବିକ୍ରି ବଢିବ।


No comments