Page Nav

HIDE

Grid

GRID_STYLE

Classic Header

Breaking News:

latest

ବିଶ୍ଵ ର ପ୍ରଥମ ସୌର ବୈ‌ଷୟିକ ସମ୍ମିଳନୀକୁ ଭାରତରେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା ୫...

ବିଶ୍ଵ ର ପ୍ରଥମ ସୌର ବୈ‌ଷୟିକ ସମ୍ମିଳନୀକୁ ଭାରତରେ ।



ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା ୫ ବର୍ଷରେ ଦେଶର ୫୦ ପ୍ରତିଶତ ତୈଳ ଷ୍ଟେସନକୁ ସୌର ଶକ୍ତି ଦ୍ବାରା ପରିଚାଳିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶର ତୈଳ ଓ ଗ୍ୟାସ କମ୍ପାନିମାନେ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ସୌର ପ୍ୟାନେଲ୍ ସ୍ଥାପନା କରିବା ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି ।

ଇଣ୍ଡିଆନ ଅଏଲ୍‌ର ୫ ହଜାରରୁ ଅଧିକ ପେଟ୍ରୋଲ୍‌ ପମ୍ପ୍‌କୁ ଗତବର୍ଷ ସୌରଚାଳିତ କରାଯାଇଥିଲା ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ସୌର ଆଲାଏନ୍ସର ଜଳବାୟୁ କାର୍ଯ୍ୟକ୍ରମରେ ଦେଶର ପାଞ୍ଚଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସାମିଲ ହେବେ। ଓଏନଜିସି, ଆଇଓସିଏଲ, ବିପିସିଏଲ, ଏଚପିସିଏଲ ଏବଂ ଗେଲ୍ ଆଇଏସଏର କର୍ପୋରେଟ୍‌ ଭାଗିଦାରୀ ଭାବରେ ସାମିଲ ହେବେ। ଭାରତ ଏବଂ ଅନ୍ୟ ଦେଶରେ ସୌର ଆଧାରିତ ପ୍ରକଳ୍ପର କାର୍ଯ୍ୟକାରିତାର ନୂଆ ସୁଯୋଗ ଅନ୍ବେଷଣ କରିବା ଦିଗରେ ସେମାନେ କାର୍ଯ୍ୟ କରିବେ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‌ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଦେଶ ଭିତରେ ୧୦ ଗିଗାୱାଟ୍‌ର ସୌର ଉପକରଣ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସୌର ଶକ୍ତି ଯେଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇଏସ୍‌ଏର ସଭାପତି ଆର.କେ ସିଂହ, ଉପସଭାପତି ଓ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପଲି,ଆଇଏସଏ ସାଧାରଣ ନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ ଓ ଅନ୍ୟମ‌ାନେ ‌େଯାଗ ଦେଇଥିଲେ।

No comments