ୟୁପିଏସ୍ସି ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କୁ ସପ୍ତାହକୁ ଥରେ ଅନ୍ଲାଇନ୍ କ୍ଲାସ୍ ଜରିଆରେ ପାଠ ବୁଝାଉଥିବା ଆଇପିଏସ୍ ଅଧିକାରୀ ସୂରଜ ସିଂହ ପରିହ...
୨୦୧୩ ଓ ୨୦୧୪ ମସିହାରେ ହିନ୍ଦୀ ମାଧ୍ୟମରେ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସର୍ବଭାରତୀୟ ସ୍ତରରେ ୩୩୪ ଏବଂ ୧୮୯ ରାଙ୍କ୍ ରଖିଥିଲେ। ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ବି ସେ ୟୁପିଏସ୍ସି ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କୁ ଶିକ୍ଷା ଦେବାକୁ ନିଜର ନୈତିକ କର୍ତ୍ତବ୍ୟ ବୋଲି ଭାବନ୍ତି। ନିଜର ବଡ଼ପଣ ଦେଖାଇ ସେ ପ୍ରତି ସପ୍ତାହରେ ଏକ ୱେବିନାର୍ ଆୟୋଜନ କରି ଅନ୍ଲାଇନ୍ ଜରିଆରେ ପରୀକ୍ଷାର୍ଥୀମାନଙ୍କର ବିଭିନ୍ନ ପ୍ରକାରର ପ୍ରଶ୍ନକୁ ନେଇ ଥିବା ସନ୍ଦେହକୁ ଦୂର କରୁଛନ୍ତି।
ସୂରଜ ସାପ୍ତାହିକ ୱେବିନାର୍ ଆୟୋଜନ କରିବା ପୂର୍ବରୁ ସୋସିଆଲ୍ ମିଡିଆରେ ଅଧିକ ସକ୍ରିୟ ରହୁଥିଲେ ବୋଲି କହିିଛନ୍ତି। ଜାଣିରଖନ୍ତୁ ଯେ ସୂରଜ ଇନଷ୍ଟାଗ୍ରାମ, ଫେସବୁକ୍, ଇ-ମେଲ୍ ଏବଂ ଟ୍ୱିଟରରେ ସକ୍ରିୟ ରହିଛନ୍ତି। ଏପର୍ଯ୍ୟନ୍ତ ତିନୋଟି ଅନ୍ଲାଇନ୍ କ୍ଲାସ୍ ଆୟୋଜିତ ହୋଇପାରିଛି, ପ୍ରଥମଟିରେ ପ୍ରାୟ ୨୫୦୦ ଆଶାୟୀ, ଦ୍ୱିତୀୟରେ ୩୦୦୦ ଆଶାୟୀ ଏବଂ ଶେଷରେ ୧୩୦୦୦ ଆଶାୟୀ ଅଂଶଗ୍ରହଣ କରିଥିବା ସୂଚନା ରହିଛି।


No comments