Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଇପିଏଲ ଟ୍ରଫି ପାଇଁ ଲଢ଼ିବେ ୮ ଦଳ। ଆଇପିଏଲ୍‌ର ୮ ଫ୍ରାଞ୍ଚାଇଜ୍‌ ମଧ୍ୟରୁ ୬ଟିରେ ଭାରତୀୟ ଖେଳାଳି ଅଧିନାୟକ ରହିଥିଲା ବେଳେ ଦୁଇଟିରେ ବିଦେଶୀ ଖେଳାଳି ନେତୃତ୍ବ ନେଉଛନ୍...

ଆଇପିଏଲ ଟ୍ରଫି ପାଇଁ ଲଢ଼ିବେ ୮ ଦଳ।



ଆଇପିଏଲ୍‌ର ୮ ଫ୍ରାଞ୍ଚାଇଜ୍‌ ମଧ୍ୟରୁ ୬ଟିରେ ଭାରତୀୟ ଖେଳାଳି ଅଧିନାୟକ ରହିଥିଲା ବେଳେ ଦୁଇଟିରେ ବିଦେଶୀ ଖେଳାଳି ନେତୃତ୍ବ ନେଉଛନ୍ତି। ଉଭୟ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଚେନ୍ନାଇ ସୁପର କିଙ୍ଗସ ସର୍ବାଧିକ ପସନ୍ଦ ଥିଲା ବେଳେ ଆଦୌ ବିଜେତା ହୋଇପାରିନଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଥର ଟ୍ରଫି ମରୁଡ଼ିର ଅବସାନ ଘଟାଇବା ଲକ୍ଷ୍ୟ ରଖିଛି। ସେହିପରି ନୂଆ ଉତ୍ସାହରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ଏବଂ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ମଧ୍ୟ ଦୌଡ଼ରେ ରହିଛନ୍ତି।

ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସର ନେତୃତ୍ବ ରୋହିତ ଶର୍ମା ଏବଂ ଗତଥରର ଉପବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସର ନେତୃତ୍ବ ମହେନ୍ଦ୍ର ସିଂହ ଧୋନି ନେଉଥିଲା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କେଏଲ୍‌ ରାହୁଲ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ, ଦୀନେଶ କାର୍ତିକ କୋଲ୍‌କାତା ନାଇଟ୍‌ ରାଇଡର୍ସ, ଶ୍ରେୟସ ଆୟର ଦିଲ୍ଲୀ କ୍ୟାପିଟାଲ୍‌ସ, ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମ୍‌ସନ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ରାଜସ୍ଥାନ ରୟାଲ୍‌ସର ଅଧିନାୟକ ରହିଛନ୍ତି।

No comments