Page Nav

HIDE

Grid

GRID_STYLE

Classic Header

Breaking News:

latest

କ୍ୟାପିଟାଲ ହସ୍ପିଟାଲରେ ମାଡି ଚାଲିଛି ସଂକ୍ରମଣ। ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଛି ସିନା, କମୁନାହିଁ। ଫଳରେ ହସ୍ପିଟାଲ ପରିଚାଳନା ଓ ଚିକିତ୍ସାରେ ଏକପ୍ରକାର ସମସ୍ୟା ସୃଷ...

କ୍ୟାପିଟାଲ ହସ୍ପିଟାଲରେ ମାଡି ଚାଲିଛି ସଂକ୍ରମଣ।



ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଛି ସିନା, କମୁନାହିଁ। ଫଳରେ ହସ୍ପିଟାଲ ପରିଚାଳନା ଓ ଚିକିତ୍ସାରେ ଏକପ୍ରକାର ସମସ୍ୟା ସୃଷ୍ଟି ହେଲାଣି। କ୍ୟାପିଟାଲ ହସ୍ପିଟାଲରେ ଓପିଡି ବା ବହିର୍ବିଭାଗ ସ୍ବାଭାବିକ ହେବା ପରେ ରୋଗୀ ସାମାନ୍ୟ ବୃଦ୍ଧି ପାଇଛନ୍ତି। ହସ୍ପିଟାଲରେ ଆଡମିଟ୍‌ ପୂର୍ବରୁ ସେମାନଙ୍କ ରାପିଡ୍‌ ଆଣ୍ଟିଜେନ୍‌ରେ ପରୀକ୍ଷା କରାଯାଉଛି। 

କ୍ୟାପିଟାଲ ହସ୍ପିଟାଲରେ ସଂକ୍ରମଣ ମାଡ଼ି ଚାଲିଛି। ଏହା ଭିତରେ ବିଭିନ୍ନ ବିଭାଗରୁ ୧୫ଜଣ ଡାକ୍ତର ଓ ୨୫ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଛି ସିନା, କମୁନାହିଁ। 

ବିଭିନ୍ନ ବିଭାଗରୁ ୧୫ଜଣ ସଂକ୍ରମିତ ହୋଇଥିବା ବେଳେ ସର୍ବାଧିକ ଇଏନ୍‌ଟିରୁ ରହିଛନ୍ତି। ବିଭାଗର ୫ ଡାକ୍ତରଙ୍କ ମଧ୍ୟରୁ ୩ଜଣ ସଂକ୍ରମିତ ହୋଇଛନ୍ତି। ଏହାସହ ପ୍ରାଶାସନିକ କାର୍ଯ୍ୟାଳୟରେ ହସ୍ପିଟାଲର ଅଧୀକ୍ଷକ, ପରିଚାଳକ, ଷ୍ଟାଫ ନର୍ସ, ଆଟେଣ୍ଡାଣ୍ଟଙ୍କୁ ମିଶାଇ ୨୫ ଜଣ ଆକ୍ରାନ୍ତ ହୋଇ ସାରିଲେଣି। ତହିଁରୁ ୭/୮ଜଣ ଏବେ ଘରେ ସଙ୍ଗରୋଧରେ ଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ସାରିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭଠାରୁ ଗତ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସମୁଦାୟ ୮୨,୨୨୧ ପରୀକ୍ଷଣ ‌‌‌‌ହୋଇଛି। ତହିଁରୁ ୭୨,୮୭୯ ଆରଟି-ପିସିଆ ନମୁନା ସଂଗ୍ରହ ‌ହୋଇଥିବା ବେଳେ ୩୭୦୦ ରାପିଡ୍‌ ଆଣ୍ଟିଜେନ୍ ଓ ୬ଶହ ଟ୍ରୁନାଟ୍‌ ପରୀକ୍ଷା ହୋଇଛି। ଏହାସହ ୫୦୪୨ ଆଣ୍ଟିବଡି ନମୁନା ମଧ୍ୟ ସଂଗ୍ରହ ହୋଇଥିବା ସୂଚନା ମିଳିଛି।

No comments