Page Nav

HIDE

Grid

GRID_STYLE

Classic Header

Breaking News:

latest

ଗଞ୍ଜାମ କୁ ଏବେ କଟକ ଟପିଛି। ଲଗାତାର କୋଭିଡ଼ ନମୁନା ପରୀକ୍ଷା କମିଛି। ଲଗାତାର ୩ଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍‌ ନମୁନା ପରୀକ୍ଷା ହ୍ରାସ ପାଇବାରେ ଲାଗିଛି। ୫୩ହଜ...

ଗଞ୍ଜାମ କୁ ଏବେ କଟକ ଟପିଛି। ଲଗାତାର କୋଭିଡ଼ ନମୁନା ପରୀକ୍ଷା କମିଛି।



ଲଗାତାର ୩ଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍‌ ନମୁନା ପରୀକ୍ଷା ହ୍ରାସ ପାଇବାରେ ଲାଗିଛି। ୫୩ହଜାରରୁ ନମୁନା ପରୀକ୍ଷା ୪୧ହଜାରକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧,୪୫୨ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ମାତ୍ର ୫୬୫୭ ଆରଟି-ପିସିଆର ନମୁନା ପରୀକ୍ଷା ହୋଇଛି।

କିଛିଦିନ ପୂର୍ବରୁ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ପରିଗଣିତ ହେଉଥିବା ଗଞ୍ଜାମ ରାଜ୍ୟର ସଂକ୍ରମଣ ତାଲିକାର ତୃତୀୟ ସ୍ଥାନକୁ ଖସି ଆସିଛି। ଏବେ ଖୋର୍ଧା ପରେ ସଂକ୍ରମଣରେ ଦ୍ବିତୀୟ ସ୍ଥାନକୁ ଉଠିଛି କଟକ ଜିଲ୍ଲା। ଲଗାତାର ଭାବେ କଟକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଗଞ୍ଜାମକୁ ପଛକୁ ଠେଲି ଦେଇଛି। 

ଗତ ୨୪ଘଣ୍ଟାରେ ଚିହ୍ନଟ ୩୦୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୯ ସଙ୍ଗରୋଧରୁ ଓ ୧୨୫୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରେ ୫୫୫କୁ ବାଦ୍ ଦେଲେ କଟକ ୨୩୦, ଷ୍ଟେଟ୍‌ ପୁଲ୍‌ ୨୧୧, ପୁରୀ ୧୭୮, ବାଲେଶ୍ବର ୧୪୬, ମୟୂରଭଞ୍ଜ ୧୪୩, ଅନୁଗୁଳ ୧୨୯, ସମ୍ବଲପୁର ୯୮, ଝାରସୁଗୁଡ଼ା ୯୬, କେନ୍ଦ୍ରାପଡ଼ା ୯୪, ଢେଙ୍କାନାଳ ୯୧, ନୂଆପଡ଼ା ୮୫, ଜଗତସିଂହପୁର ୮୪, କନ୍ଧମାଳ ଓ କେନ୍ଦୁଝରରୁ ୮୧ ଲେଖାଏଁ, ବଲାଙ୍ଗୀର ୭୮, ବରଗଡ଼ ୬୯, ନୟାଗଡ଼ ୬୮, ସୁନ୍ଦରଗଡ଼ ୬୨, ଯାଜପୁର ୬୦, ଭଦ୍ରକ ୫୯, ନବରଙ୍ଗପୁର ୫୮, କଳାହାଣ୍ଡି ୫୪, କୋରାପୁଟ ୫୫, ବୌଦ୍ଧ ୪୫, ରାୟଗଡ଼ା ୪୧, ଗଞ୍ଜାମ ୩୪, ସୋନପୁର ୨୨, ଗଜପତି ୨୧ ଓ ଦେବଗଡ଼ରୁ ୧୫ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୧୫ହଜାର ୬୭୬କୁ ବୃଦ୍ଧି ପାଇଛି।

No comments