Page Nav

HIDE

Grid

GRID_STYLE

Classic Header

Breaking News:

latest

ନାସା ବୈଜ୍ଞାନିକଙ୍କ ଦାବି, ଚନ୍ଦ୍ରରେ କଣ ଲାଗୁଛି? ଭାରତର ଚନ୍ଦ୍ରଯାନ-୧ରୁ ମିଳିଛି ପ୍ରମାଣ

ନାସା ବୈଜ୍ଞାନିକଙ୍କ ଦାବି, ଚନ୍ଦ୍ରରେ କଣ ଲାଗୁଛି? ଭାରତର ଚନ୍ଦ୍ରଯାନ-୧ରୁ ମିଳିଛି ପ୍ରମାଣ ଚନ୍ଦ୍ରରେ କଳଙ୍କ ଲାଗିଛି। କଥାଟା ଟିକେ ଅଡୁଆ ଲାଗିପାରେ। କାରଣ ସମସ୍ତେ ଜ...

ନାସା ବୈଜ୍ଞାନିକଙ୍କ ଦାବି, ଚନ୍ଦ୍ରରେ କଣ ଲାଗୁଛି? ଭାରତର ଚନ୍ଦ୍ରଯାନ-୧ରୁ ମିଳିଛି ପ୍ରମାଣ
ଚନ୍ଦ୍ରରେ କଳଙ୍କ ଲାଗିଛି। କଥାଟା ଟିକେ ଅଡୁଆ ଲାଗିପାରେ। କାରଣ ସମସ୍ତେ ଜାଣନ୍ତି ଯେ ଚନ୍ଦ୍ରପୃଷ୍ଠରେ ଅମ୍ଲଜାନ ନାହିଁ। ତେଣୁ ବିନା ଅମ୍ଲଜାନରେ ଆଇରନ ଅକ୍ସାଇନ ତିଆରି ହେବ ନାହିଁ । ତା’ହେଲେ ଚନ୍ଦ୍ରରେ କଳଙ୍କ ଲାଗିବ କେମିତି? କିନ୍ତୁ କଥାଟା ପୂରା ସତ । ଏବେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର କିଛି ବୈଜ୍ଞାନିକ ଏପରି ଦାବି କରିଛନ୍ତି । ଭାରତ ଦ୍ୱାରା ଛଡାଯାଇଥିବା ଚନ୍ଦ୍ରଯାନ-୧ରୁ ଏସମ୍ପର୍କରେ ପ୍ରମାଣ ମିଳିଛି।

ନାସାର ବୈଜ୍ଞାନିକମାନେ କହିଛନ୍ତି ଯେ ଚନ୍ଦ୍ରଯାନ-୧ରୁ ଚନ୍ଦ୍ର ସମ୍ପର୍କରେ ଅନେକ ନୂଆ ତଥ୍ୟ ମିଳିଛି । ପ୍ରଥମ ଥର ପାଇଁ ସେଠାରେ ଜଳର ଉପସ୍ଥିତି ସମ୍ପର୍କରେ ଜଣାପଡିଛି । ସେହିପରି ଚନ୍ଦ୍ରଯାନ-୧ରେ ଲଗାଯାଇଥିବା ନାସାର ଏକ ଉପକରଣରୁ ସେଠାରେ ଥିବା ଧାତବ ପଦାର୍ଥରେ କଳଙ୍କି ଲାଗୁଥିବାର ଦେଖାଯାଇଛି । ସେଠାରେ ହେମାଟାଇଟ୍‌ ଥିବାର ଦେଖାଯାଇଥିଲା । ହେମାଟାଇଟ୍‌ ହେଉଛି ଆଇରନ ଅକ୍ସାଇଡର ଏକ ରୂପ । ଏହାକୁ କଳଙ୍କି ବୋଲି କୁହାଯାଏ । ଏହା କିନ୍ତୁ ବୈଜ୍ଞାନିକମାନଙ୍କୁ ଚକିତ କରିଦେଇଛି ।

No comments