Page Nav

HIDE

Grid

GRID_STYLE

Classic Header

Breaking News:

latest

କରୋନା ଆକ୍ରମଣ ଏବେ ଆସାମ କୁ ଟପିଛି ଓଡ଼ିଶା। ଦୁଇ ରାଜ୍ୟ ଭିତରେ ମାତ୍ର ୧୦୯ ରୋଗୀଙ୍କ ବ୍ୟବଧାନ ରହିଛି। ଯଦିଓ ଓଡ଼ିଶାର ଯଥେଷ୍ଟ ପୂର୍ବରୁ ଆସାମ କରୋନା ସଂକ୍ରମଣରେ ୧ଲ...

କରୋନା ଆକ୍ରମଣ ଏବେ ଆସାମ କୁ ଟପିଛି ଓଡ଼ିଶା।



ଦୁଇ ରାଜ୍ୟ ଭିତରେ ମାତ୍ର ୧୦୯ ରୋଗୀଙ୍କ ବ୍ୟବଧାନ ରହିଛି। ଯଦିଓ ଓଡ଼ିଶାର ଯଥେଷ୍ଟ ପୂର୍ବରୁ ଆସାମ କରୋନା ସଂକ୍ରମଣରେ ୧ଲକ୍ଷ ସଂଖ୍ୟାକୁ ଛୁଇଁଥିଲା, ମାତ୍ର ଗତ କିଛିଦିନ ଧରି ଓଡ଼ିଶାରେ ଲାଗି ରହିଥିବା ଦ୍ରୁତ ସଂକ୍ରମଣ ଯୋଗୁଁ ଆସାମ ପଛରେ ପଡ଼ିଯାଇଛି। ରାଜ୍ୟରେ ଏଭଳି ପରିସ୍ଥିତି ଲାଗି ରହିଲେ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଓଡ଼ିଶା ସଂକ୍ରମଣରେ ପଛରେ ପକାଇ ଦେବାର ଆଶଙ୍କା ସୃଷ୍ଟି ହେଲାଣି।

ଗତ ୨୪ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୩୮୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଙ୍ଗ‌ରୋଧରୁ ୨୨୮୬ ଓ ୧୫୨୪ ଲୋକାଲ କଣ୍ଟାକ୍ଟସ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୭୯୭ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ୩୯୬, କଟକ ୩୨୨, ଯାଜପୁର ୨୫୨ ଚିହ୍ନଟ ହୋଇଛନ୍ତି।

ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଖୋର୍ଧା ଜିଲ୍ଲାରେ ରହିଛନ୍ତି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୧ ହଜାର୪୧୫ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହାବାଦ୍ ଗଞ୍ଜାମରେ ୧୮,୬୫୨, କଟକ ୧୦,୩୬୫, ରାୟଗଡ଼ା ୫୩୦୯, ସୁନ୍ଦରଗଡ଼ ୪୮୪୭, ମୟୂରଭଞ୍ଜ ୪୭୬୧, ଯାଜପୁର ୪୬୦୩, ପୁରୀ ୪୪୨୩, ବାଲେଶ୍ବର ୪୩୩୦, କୋରାପୁଟରେ ୪୦୬୫ ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ୨୭ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।

No comments