Page Nav

HIDE

Grid

GRID_STYLE

Classic Header

Breaking News:

latest

ଶୀଘ୍ର ଟୀକା ଆଣିବା କୁ କମ୍ପାନୀ ମାନଙ୍କର ପଛଘୁଞ୍ଚା। ବର୍ତ୍ତମାନ ସୁଦ୍ଧା ନିଜ ଦ୍ବାରା ବିକଶିତ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଥିବା ବିଭିନ୍...

ଶୀଘ୍ର ଟୀକା ଆଣିବା କୁ କମ୍ପାନୀ ମାନଙ୍କର ପଛଘୁଞ୍ଚା।



ବର୍ତ୍ତମାନ ସୁଦ୍ଧା ନିଜ ଦ୍ବାରା ବିକଶିତ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଥିବା ବିଭିନ୍ନ ଭେଷଜ କମ୍ପାନି ଏ ଦିଗରେ ପଛଘୁଞ୍ଚା ଦେଉଥିବା ଜଣାଯାଇଛି।

ବିଶ୍ବରେ କରୋନା ମହାମାରୀ ଦ୍ବାରା ପାଖାପାଖି ୨ କୋଟି ୭୨ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ୮ଲକ୍ଷ ୮୫ ହଜାରରୁ ଅଧିକ ଆଖି ବୁଜି ସାରିଲେଣି। ଏଭଳି ସ୍ଥିତିରେ ପ୍ରତ୍ୟେକ ରାଷ୍ଟ୍ର ଯେତେ ଶୀଘ୍ର ସମ୍ଭବ କୌଣସି ଗୋଟିଏ କୋଭିଡ୍‌ ଟିକା ଆହରଣ ପାଇଁ ଚାହିଁ ବସିଛନ୍ତି।

ସେମାନଙ୍କ ଦ୍ବାରା ବିକଶିତ ଟିକାର ସମ୍ପୂର୍ଣ୍ଣ ନିରାପତ୍ତା ଓ କାର୍ଯ୍ୟଦକ୍ଷତାରେ ସେମାନେ ସନ୍ତୁଷ୍ଟ ନହେଲା ଯାଏ ତାହାର ସାର୍ବଜନୀନ ବ୍ୟବହାର ନିମନ୍ତେ ତରବରିଆ ଭାବେ ଅନୁମତି ପାଇବା ପାଇଁ ଆବେଦନ କରିବେନି ବୋଲି ସେମାନେ ମନସ୍ଥ କରିଛନ୍ତି। ଆସନ୍ତା ସପ୍ତାହରେ ସେମାନେ ଜାରି କରିବାକୁ ଥିବା ଏହି ସର୍ବସମ୍ମତ ବକ୍ତବ୍ୟରେ ଫାଇଜର ବ୍ୟତୀତ ଆମେରିକୀୟ କମ୍ପାନି ମଡର୍ଣ୍ଣା ଏବଂ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଆଦି ସ୍ବାକ୍ଷର କରିବେ ବୋଲି ଜଣାଯାଇଛି।

ଆଗାମୀ ନଭେମ୍ବର ୩ ଅର୍ଥାତ୍‌ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦ୍ବିତୀୟ ଥର ପାଇଁ ଆଶାୟୀ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌ ଦେଶବାସୀଙ୍କୁ ଏକ କୋଭିଡ୍‌ ଟିକା ବାଣ୍ଟିବେ ବୋଲି ଘୋଷଣା କରିବା ପରେ ପରେ ପ୍ରମୁଖ ଭେଷଜ କମ୍ପାନିମାନଙ୍କ ଏପରି ଆଭିମୁଖ୍ୟ ଗୁରୁତ୍ବ ବହନ କରୁଛି। କାରଣ ସେମାନଙ୍କ ସଦ୍ୟ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ, ଡିସେମ୍ବର ପୂର୍ବରୁ ମଧ୍ୟ କୌଣସି ଟିକା ସାର୍ବଜନୀନ ହେବାର ସମ୍ଭାବନା ନାହିଁ।

No comments