Page Nav

HIDE

Grid

GRID_STYLE

Classic Header

Breaking News:

latest

ଚିଲିକା ଏବେ ବିପଦ ଆଡକୁ ମୁହାଉଛ। ନଷ୍ଟ ହେବ କୁ ବସିଛି ଏବେ ସବୁଜ ଭୂମି। ଏସିଆ ମହାଦେଶର ଏହି ବୃହତ୍ତମ ଲୁଣା ହ୍ରଦ ପାଇଁ ବିପଦ ସାଜିଛି ବେଆଇନ ଚିଙ୍ଗୁଡ଼ି ଘେରି ଏବ˚ ନ...

ଚିଲିକା ଏବେ ବିପଦ ଆଡକୁ ମୁହାଉଛ। ନଷ୍ଟ ହେବ କୁ ବସିଛି ଏବେ ସବୁଜ ଭୂମି।



ଏସିଆ ମହାଦେଶର ଏହି ବୃହତ୍ତମ ଲୁଣା ହ୍ରଦ ପାଇଁ ବିପଦ ସାଜିଛି ବେଆଇନ ଚିଙ୍ଗୁଡ଼ି ଘେରି ଏବ˚ ନଳ ଘାସ। ଚିଲିକାକୁ ଘେରି ଗଢ଼ି ଉଠିଛି ଚିଙ୍ଗୁଡ଼ି ଚାଷ ପାଇଁ ହଜାର ହଜାର ହେକ୍ଟର ମାଟି ଘେରି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଘେରି ଉଚ୍ଛେଦ ହୋଇପାରୁନି। 

ସେପଟେ ଦିନକୁ ଦିନ ଚିଲିକାରେ ନଳ ଘାସ ମାଡ଼ିବାରେ ଲାଗିଛି। ନଳ ଘାସ ଯୋଗୁଁ ଚିଲିକାର ବିଶାଳ ଜଳରାଶି ଆବଦ୍ଧ ହେବା ସାଙ୍ଗକୁ ମତ୍ସଜୀବୀଙ୍କ ଜୀବିକା ଉଜୁଡ଼ି ଯାଉଛି।

ଗ୍ରୀଷ୍ମ ଋତୁରେ ଚିଲିକାର ଜଳଧାରଣ ପରିସୀମା କମୁଥିବା ବେଳେ ବର୍ଷା ଋତୁ ପାଣି ଆସିଲେ ଏହାର ପରିସୀମା ବୃଦ୍ଧି ପାଇଥାଏ। ଗ୍ରୀଷ୍ମ ଦିନରେ ଏହା ୯୦୬ ବର୍ଗ କିମି ଏବ˚ ବର୍ଷା ଦିନରେ ୧୧ଶହ ୬୫ ବର୍ଗ କିମି ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥାଏ। ଛୋଟବଡ଼ ନଦୀ ଗୁଡ଼ିକରେ ମାଟିଗୋଡ଼ି, ବାଲି କାଦୁଅ ଆସି ଚିଲିକା ଧୀରେ ଧୀରେ ପୋତି ହେବାରେ ଲାଗିଛି।

ଛୋଟବଡ଼ ନଦୀ ଗୁଡ଼ିକରେ ମାଟିଗୋଡ଼ି, ବାଲି କାଦୁଅ ଆସି ଚିଲିକା ଧୀରେ ଧୀରେ ପୋତି ହେବାରେ ଲାଗିଛି। ଅନ୍ୟପକ୍ଷରେ ବର୍ତ୍ତମାନ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ଯୋଗୁଁ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ନଦୀ ନାଳରୁ ଯାଇ ଚିଲିକାରେ ମିଶୁଛି। ଏହାଦ୍ବାରା ଚିଲିକାର ଜଳଜୀବଙ୍କ ଉପରେ କୁପ୍ରଭାବ ପକାଉଛି।

No comments