ନିକଟରେ ତାଳଚେର ସାର କାରଖାନା ନେଇ ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ତାଳଚେର ସାର କାରଖାନା ଉତ୍ଥାନ ପତନ ଦେଇ ଗତି କରିଛି। ୧୯୭୦ ମସିହାରେ ତତ୍କାଳୀନ କେନ...
ତାଳଚେର ସାର କାରଖାନା ଉତ୍ଥାନ ପତନ ଦେଇ ଗତି କରିଛି। ୧୯୭୦ ମସିହାରେ ତତ୍କାଳୀନ କେନ୍ଦ୍ର ସାର ମନ୍ତ୍ରୀ ତ୍ରିଗୁଣା ସେନଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ତାଳଚେର ସାର କାରଖାନାରୁ ୧୯୮୦ ମସିହାରେ ସାର ଉତ୍ପାଦନ ଆରମ୍ଭ ହୋଇଥିଲା।
ଏଭଳି ସ୍ଥିତିରେ ୧୯୯୯ ମସିହାରେ ଏହି କାରଖାନା ଏକ ପ୍ରକାର ବନ୍ଦ ହୋଇଗଲା। ଅନୁଗୁଳ ଜିଲ୍ଲା ତାଳଚେର ପାଖ ବିକ୍ରମପୁରଠାରେ ୯୩୩ ଏକର ଜମିରେ ନିର୍ମିତ ହୋଇଥିଲା କାରଖାନା, ଟାଉନ୍ସିପ୍ ଆଦି। କାରଖାନା ସଂପୂର୍ଣ୍ଣ ବନ୍ଦ ହେବା ପରେ ଦିନରାତି ଚଳଚଞ୍ଚଳ ରହୁଥିବା ଏହି ଅଂଚଳ ଦିନ କେଇଟା ମଧ୍ୟରେ ଶୂନ୍ଶାନ୍ ହୋଇଗଲା।
କାରଖାନା ସଂପୂର୍ଣ୍ଣ ବନ୍ଦ ହେବା ପରେ ଦିନରାତି ଚଳଚଞ୍ଚଳ ରହୁଥିବା ଏହି ଅଂଚଳ ଦିନ କେଇଟା ମଧ୍ୟରେ ଶୂନ୍ଶାନ୍ ହୋଇଗଲା। କାରଖାନା, ଟାଉନସିପ୍ର ୨/୩ ମହଲା ବିଶିଷ୍ଟ କୋଠା, ବିକ୍ରମପୁର ଅତିଥି ଭବନ ଆଦି ଭୂତକୋଠିରେ ପରିଣତ ହୋଇଯାଇଥିଲା। ପରେ ୨୦୦୯ ଓ ୨୦୧୦ ମସିହାରେ ତତ୍କାଳୀନ କେନ୍ଦ୍ର ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସାର କାରଖାନା ପରିଦର୍ଶନ ପରେ ୨୦୧୨ ମସିହାରେ ଏହାର ପୁନଃରୁଦ୍ଧାର ପାଇଁ ସାଇଟ୍ ଅଫିସ ଉଦ୍ଘାଟନ୍ କରିଥିଲେ।
ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାକ୍ ପ୍ରସ୍ତୁତି ସରିଛି। ବୈଷୟିକ କୋଠା, ପ୍ରଶାସନିକ ଭବନ, ୪୦ କକ୍ଷ ବିଶିଷ୍ଟ ବିକ୍ରମପୁର ଗେଷ୍ଟ ହାଉସର ନବୀକରଣ କାର୍ଯ୍ୟ ଶେଷ ହୋଇଛି। କରୋନା ମହାମାରୀ ସାଂଗକୁ ଭାରତ-ଚୀନ ସୀମା ବିବାଦ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନାହିଁ। ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ହୋଇ ପଡ଼ିରହିଛି। ୮ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କୋଲ୍ ଗେସିଫିକେସନ ୟୁନିଟ୍ ଓ ଆମୋନିଆ- ୟୁରିଆ ୟୁନିଟ୍ କାମ ଚୀନର ‘ଉହାନ୍ ଇଂଜିନିୟରିଂ କଂପାନି’ ଠିକା ନେଇଛି।


No comments