ଆଜି ରାଜ୍ୟର ୭ ଟି ସହର ରେ 'ନିଟ୍'ପରୀକ୍ଷା। ଓଡ଼ିଶାରେ ୩୬ ହଜାର ପରୀକ୍ଷା ଦେବେ। କୋଭିଡ୍-୧୯ କଟକଣା ମଧ୍ୟରେ ଅଫ୍ଲାଇନ୍ରେ ହେଉଥିବା ଏହି ପରୀକ୍ଷାରେ ଦ...
କୋଭିଡ୍-୧୯ କଟକଣା ମଧ୍ୟରେ ଅଫ୍ଲାଇନ୍ରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର ୭ଟି ସହରରେ ୮୪ଟି ପରୀକ୍ଷା କେନ୍ଦ୍ର ହୋଇଛି।
ଭୁବନେଶ୍ବରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ କଟକର ୧୪ଟି ପରୀକ୍ଷା କେନ୍ଦ୍ରରେ ୫୯୪୯, ସମ୍ବଲପୁରର ୧୪ଟି କେନ୍ଦ୍ରରେ ୪୮୮୮, ବାଲେଶ୍ବରର ୧୧ଟି କେନ୍ଦ୍ରରେ ୩୮୩୧, ବ୍ରହ୍ମପୁରର ୭ଟି କେନ୍ଦ୍ରରେ ୩୯୪୧, ରାଉରକେଲାର ୫ଟି କେନ୍ଦ୍ରରେ ୧୯୬୦ ଓ ଅନୁଗୁଳର ୨ଟି ପରୀକ୍ଷା କେନ୍ଦ୍ରରେ ୧୨୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ପରୀକ୍ଷକମାନେ ପିପିଇ କିଟ୍ ପିନ୍ଧିବେ। ପରୀକ୍ଷାର୍ଥୀଙ୍କ ସହ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ଗୁରୁତ୍ବ ଦିଆଯାଇଛି। ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ପରୀକ୍ଷା ହେବାକୁ ଥିବାରୁ ପୂର୍ବାହ୍ନ ୧୧ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲିବ ଓ ଅପରାହ୍ନ ୧ଟା ୩୦ରେ ବନ୍ଦ କରାଯିବ। ପରୀକ୍ଷା ପୂର୍ବରୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି।


No comments