Page Nav

HIDE

Grid

GRID_STYLE

Classic Header

Breaking News:

latest

ଲଘୁଚାପ ବର୍ଷା ଦକ୍ଷିଣ ଓଡ଼ିଶା ରେ ପ୍ରବଳ ବର୍ଷିବ। ୭ ଟି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ। ଆସନ୍ତାକାଲି ଏହା ଲଘୁଚାପର ରୂପ ନେବ। ଏହା ପ୍ରଭାବରେ ମାଲକାନଗିରି, କୋରାପୁ...

ଲଘୁଚାପ ବର୍ଷା ଦକ୍ଷିଣ ଓଡ଼ିଶା ରେ ପ୍ରବଳ ବର୍ଷିବ। ୭ ଟି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ।



ଆସନ୍ତାକାଲି ଏହା ଲଘୁଚାପର ରୂପ ନେବ। ଏହା ପ୍ରଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଓ ଗଜପତି ଭଳି ଦକ୍ଷିଣ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଣୁ ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଦିନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର୍‌ ବିଶ୍ବାସ ସୂଚନା ଦେଇଛନ୍ତି।

‌କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ଏହିଦିନ ମଧ୍ୟ ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। କିନ୍ତୁ ୧୩ ତାରିଖଠାରୁ ବର୍ଷାର ପରିମାଣ କମ୍‌ ରହିବ। ୧୫ ଓ ୧୬ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାର କୋସାଗୁମ୍‌ଡ଼ାରେ ସର୍ବାଧିକ ୮୯.୦ ମିମି ବର୍ଷା ରେକର୍ଡ ହୋଇଛି। ଦେବଗଡ଼ ରିଆମାଳରେ ୫୬.୦ ମିମି, ନବରଙ୍ଗପୁର ଜିଲ୍ଲା ରାଇଘରରେ ୫୫.୦ ମିମି, ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୪୬.୦ମିମି ଓ କନ୍ଧମାଳ ଦାରିଙ୍ଗବାଡ଼ିରେ ୩୬.୦ମିମି ଲେଖାଏଁ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

No comments