ରାଜ୍ୟରେ ଏବେ କରୋନା ସଂକ୍ରମଣ ୨ ଲକ୍ଷ କୁ ଟପିଲା। ଆଜି ମୋଟ୍ ସଂକ୍ରମଣ ୨ ଲକ୍ଷ ଟପିଯାଇଛି। ଆରୋଗ୍ୟ ହାର ରାଜ୍ୟରେ ବଢ଼ୁଥିଲେ ବି ସଂକ୍ରମଣର ଏପରି ଉପରମୁହାଁ ସ୍ଥିତି ...
ଆଜି ମୋଟ୍ ସଂକ୍ରମଣ ୨ ଲକ୍ଷ ଟପିଯାଇଛି। ଆରୋଗ୍ୟ ହାର ରାଜ୍ୟରେ ବଢ଼ୁଥିଲେ ବି ସଂକ୍ରମଣର ଏପରି ଉପରମୁହାଁ ସ୍ଥିତି ବେଶ୍ ଚିନ୍ତାଜନକ ହୋଇପଡ଼ିଛି। ସେହିପରି ଲଗାତର ୩ ଦିନ ଧରି କରୋନା ଜନିତ ମୃତ୍ୟୁ ବି ୧୫ ଉପରେ ରହୁଛି।
ଭୁବନେଶ୍ବରର ଏହି ବ୍ୟକ୍ତି ବିଦେଶରୁ ଫେରିଥିଲେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛୁଇଁବାକୁ ପାଖାପାଖି ୫ ମାସ ଲାଗିଥିଲା। ଅଗଷ୍ଟ ୧୧ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଥିଲା। ପରବର୍ତ୍ତୀ ୧୮ ଦିନରେ ଅର୍ଥାତ ଅଗଷ୍ଟ ୨୯ ତାରିଖରେ ଆକ୍ରାନ୍ତ ସଂଖ୍ୟା ଏକ ଲକ୍ଷ ଟପିଗଲା। ଏହାର ୧୪ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୨ ତାରିଖରେ ଏହି ସଂଖ୍ୟା ଦେଢ଼ ଲକ୍ଷ ଛୁଇଁଲା। ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିବାକୁ ଆଉ ମାତ୍ର ୧୩ ଦିନ ଲାଗିଲା।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଥିଲା ବେଳେ ତାଲିକାର ଦ୍ବିତୀୟରେ ରହିଛି କଟକ(୪୯୬)। ଏହା ବାଦ୍ ପୁରୀରୁ ୧୮୩, ନୂଆପଡ଼ାରୁ ୧୭୯, ବରଗଡ଼ରୁ ୧୭୪, ଝାରସୁଗୁଡ଼ାରୁ ୧୬୭, ଯାଜପୁରରୁ ୧୫୯, ଅନୁଗୁଳରୁ ୧୪୪, ବାଲେଶ୍ବରରୁ ୧୪୨, ରାୟଗଡ଼ାରୁ ୧୩୮, ସୁନ୍ଦରଗଡ଼ରୁ ୧୨୮, କନ୍ଧମାଳରୁ ୧୨୬, ଜଗତସିଂହପୁର ଓ ନବରଙ୍ଗପୁରରୁ ୧୧୫ ଲେଖାଏ, ସମ୍ବଲପୁରରୁ ୧୧୪, ମୟୂରଭଞ୍ଜରୁ ୧୦୯, ବୌଦ୍ଧରୁ ୧୦୧, କେନ୍ଦ୍ରାପଡ଼ାରୁ ୧୦୦, ଭଦ୍ରକରୁ ୮୯, କୋରାପୁଟରୁ ୮୮, କେନ୍ଦୁଝରରୁ ୭୩, ଢେଙ୍କାନାଳରୁ ୫୭, ସୋନପୁରରୁ ୫୬, ଗଞ୍ଜାମରୁ ୪୯, ବଲାଙ୍ଗୀରରୁ ୪୭, ନୟାଗଡ଼ରୁ ୪୪, କଳାହାଣ୍ଡିରୁ ୪୩, ମାଲକାନଗିରିରୁ ୪୦, ଗଜପତିରୁ ୩୨, ଦେବଗଡ଼ରୁ ୧୦ ଓ ଷ୍ଟେଟ୍ ପୁଲ୍ରୁ ୩୨୬ ଜଣ ସୁସ୍ଥ ହୋଇଛନ୍ତି।


No comments