ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ବିଜୁଳି ମହଙ୍ଗା କାହିଁକି। ଆଜି ବିଜେପି ଓ କଂଗ୍ରେସ ପୁଣି ଥରେ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଲଦିଛନ୍ତି। ସେପଟେ କେନ୍ଦ୍ରମନ...
ଆଜି ବିଜେପି ଓ କଂଗ୍ରେସ ପୁଣି ଥରେ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଲଦିଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା କାଳରେ କ୍ଷତିଭରଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ସଂପର୍କରେ ଟ୍ବିଟ୍ ଦେଇଛନ୍ତି। ଆଗକୁ ଉପନିର୍ବାଚନ ଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗ ସରକାରଙ୍କ ପାଇଁ ଅକଳିଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି।
କାରଣ ଏଠାରେ ଜଳବିଦ୍ୟୁତ ଉତ୍ପାଦନ ହୁଏ ଏବଂ କୋଇଲା ବିଦ୍ୟୁତ ବି ଉତ୍ପାଦନ ହୁଏ। ଏହା ବ୍ୟତୀତ ସୂର୍ଯ୍ୟକିରଣରୁ ବିଦ୍ୟୁତ ଉତ୍ପାଦନ କରିବାର ଯଥେଷ୍ଟ ସୁଯୋଗ ଓଡ଼ିଶାରେ ଅଛି। କିନ୍ତୁ ସରକାରଙ୍କ ଅପାରଗତା ପାଇଁ ଉପଭୋକ୍ତାଙ୍କୁ ଏଠି ବହୁ ମୂଲ୍ୟ ଦେବାକୁ ପଡୁଛି। ବର୍ତ୍ତମାନ ଓଡ଼ିଶାରେ ଯେତିକି ବିଦ୍ୟୁତ ଉତ୍ପାଦନ ହେଉଛି ତାର୩୫ ଭାଗ ବୈଷୟିକ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ କ୍ଷତି ହେଉଛି।ଏହା ସର୍ବାଧିକ ୧୦ରୁ ୧୨% ରହିବା କଥା। ଦିଲ୍ଲୀ ସହରରେ ଏହା ୮ ରୁ ୯%କ୍ଷତି ରହିଛି।
ଏହି ଅବସରରେ ଅନ୍ୟ ରାଜ୍ୟର ବିଜୁଳି ଦର ତାଲିକା ଦେଇଛି ବିଜେପି। ଦଳ କହିଛି, ସିକିମ୍ରେ ୟୁନିଟ୍ ପିଛା ୧ଟଙ୍କା ୨୦ ପଇସା, ଆନ୍ଧ୍ର ଓ ତେଲେଙ୍ଗାନାରେ ୧.୪୫ଟଙ୍କା, ଗୋଆରେ ୧.୪୦ଟଙ୍କା ଓ ଛତିଶଗଡରେ ୨.୪୦ଟଙ୍କା ରହିଛି। ତାମିଲନାଡୁ ଭଳି ରାଜ୍ୟରେ ୧୦୦ ୟୁନିଟ ଯାଏଁ ମାଗଣା ବିଜୁଳି ବ୍ୟବସ୍ଥା ରହିଛି। ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ୍ ପିଛା ମୂଲ୍ୟ ୨ ଟଙ୍କା ୬୦ ପଇସା ରଖାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।


No comments