Page Nav

HIDE

Grid

GRID_STYLE

Classic Header

Breaking News:

latest

ଏଲଏସିରେ ପୁଣି ବଢିଲା ବିବାଦ: ଭାରତ-ଚୀନ ସୈନିକଙ୍କ ଭିତରେ ଗୁଳିକାଣ୍ଡ

 ଏଲଏସିରେ ପୁଣି ବଢିଲା ବିବାଦ: ଭାରତ-ଚୀନ ସୈନିକଙ୍କ ଭିତରେ ଗୁଳିକାଣ୍ଡ।  ଲଦାଖରେ ଭାରତ-ଚୀନ୍ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ସୋମବାର ରାତିରେ ପାଙ୍ଗୋଙ୍ଗ ତ୍...

 ଏଲଏସିରେ ପୁଣି ବଢିଲା ବିବାଦ: ଭାରତ-ଚୀନ ସୈନିକଙ୍କ ଭିତରେ ଗୁଳିକାଣ୍ଡ। 
ଲଦାଖରେ ଭାରତ-ଚୀନ୍ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ସୋମବାର ରାତିରେ ପାଙ୍ଗୋଙ୍ଗ ତ୍ସୋ ହ୍ରଦ ନିକଟ ଏଲଏସିରେ  ଚୀନ ସୈନିକମାନେ ଗୁଳିକାଣ୍ଡ କରିଥିବାର ଖବର ମିଳିଛି। ତେବେ ସେନା ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଚୀନ ପକ୍ଷରୁ ପ୍ରଥମେ ଗୁଳିକାଣ୍ଡ ହୋଇଥିଲା, ଏହାପରେ ଭାରତ ପଟୁ ପାଲଟା ଜବାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସବୁଠାରୁ ବଡ କଥା ଏହା ଯେ, ୧୯୭୫ ପରେ ସୀମାରେ ଭାରତ ଓ ଚୀନର ସୈନିକଙ୍କ ଭିତରେ ଏଭଳି ପ୍ରଥମ ଥର ଗୁଳିକାଣ୍ଡ ହୋଇଛି।

ଚୀନ୍ ଗଣମାଧ୍ୟମର ମୁଖପାତ୍ର ଅଭିଯୋଗ କରିଛନ୍ତି, ଯେତେବେଳେ ଚୀନ୍ ସେନାର ପାଟ୍ରୋଲିଂ ପାର୍ଟି ଭାରତର ଯବାନଙ୍କ ସହ କଥା ହେବାକୁ ଆଗକୁ ବଢିଥିଲା, ସେତେବେଳେ ସେମାନେ ଓ୍ବାର୍ନିଂ ସଟ୍ ଫାୟାର କରିଥିଲେ। ଚୀନର ଏଭଳି ବୟାନ ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି, ଚୀନର ଏଭଳି ସୂଚନା ଭୁଲ, ବୋଲି ଭାରତୀୟ ସେନା କହିଛନ୍ତି।

No comments