ଟଲିଉଡ କମେଡି ଷ୍ଟାର ଜୟ ପ୍ରକାଶ ରେଡ୍ଡିଙ୍କ ପରଲୋକ। ପରଲୋକରେ ତେଲୁଗୁ ଷ୍ଟାର ଜୟ ପ୍ରକାଶ ରେଡି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ବାସଭବନରେ ଆଜି ସକାଳେ ତାଙ୍କର ଦେହ...
ପରଲୋକରେ ତେଲୁଗୁ ଷ୍ଟାର ଜୟ ପ୍ରକାଶ ରେଡି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ବାସଭବନରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା।
ଜୟପ୍ରକାଶ ତାଙ୍କର ଅଭିନୟ ପାଇଁ ବେଶ ଜଣାଶୁଣା। କମେଡି ସାଙ୍ଗକୁ ଖଳନାୟକ ଭୂମିକା ପାଇଁ ସେ ସମସ୍ତଙ୍କ ହୃଦୟ ଜିତିଥିଲେ। ତାଙ୍କର ବହୁ ଚର୍ଚ୍ଚିତ ସମରସିମା ରେଡ୍ଡି, ପ୍ରେମିନଚୁକୁଣ୍ଡମ୍, ନରସିଂହ ନାଇଡୁ, ନୁଭୋଷ୍ଟାନାନେ, ଜୁଲାଇ, ରେଡି, କିକ୍ ଆଦି ବହୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ଟଲିଉଡ୍ ସିନେମା ଜଗତର ଷ୍ଟାର ଅଭିନେତା ଜୟପ୍ରକାଶ ରେଡି ଶେଷଥର ପାଇଁ ତେଲୁଗୁ ଫିଲ୍ମ ମହେଶ ବାବୁଙ୍କ ଚଳଚ୍ଚିତ୍ର ସରେଇଳେରୁ ନିକେଭାରୁରେ ନଜର ଆସିଥିଲେ।


No comments