୨୪ ଘଣ୍ଟା ରେ ୮୨,୧୭୦ କରୋନା ଆକ୍ରାନ୍ତ। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୨,୧୭୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୬୨,୬୪୦ ରହିଛି। ...
୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୨,୧୭୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୬୨,୬୪୦ ରହିଛି। ୨୪ ଘଣ୍ଟାରେ ୧୦୩୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ତଥ୍ୟ ରେକର୍ଡ ଅନୁସାରେ, ନୂତନ ସଂକ୍ରମଣ ଅପେକ୍ଷା ଭାରତରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଆଠ ଦିନ ମଧ୍ୟରୁ ସାତ ଦିନରେ ନୂତନ ସଂକ୍ରମଣ ଅପେକ୍ଷା ଆରୋଗ୍ୟ ହାର ଅଧିକ ହୋଇଥିବା ଜଣାପଡ଼ିଛି।
କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିଥିବା ୬୦.୭୪ ଲକ୍ଷ୍ ରୋଗୀଙ୍କ ମଧ୍ୟରୁ ୫୦.୧୬ ଲକ୍ଷ ରୋଗୀ ଏବେ ସୁସ୍ଥ ହୋଇସାରିଛନ୍ତି। ଏହାଛଡ଼ା ସେପ୍ଟେମ୍ବର ୧୯ ତାରିଖ ଠାରୁ ଭାରତରେ କୋଭିଡ୍-୧୯ଜନିତ ଦୈନିକ ମୃତ୍ୟୁସଂଖ୍ୟା ଖୁବ୍ କମ୍ ରହୁଛି। ଦେଶରେ ମୃତ୍ୟୁ ହାର୧.୫୭ପ୍ରତିଶତ ରହିଥିବା ବେଳେ ଅରୋଗ୍ୟ ହାର ୮୨.୫୮ପ୍ରତିଶତ ରହିଛି।


No comments